Categories: ଖେଳ

ଛକା ବର୍ଷା କଲେ ଧୋନୀ

ଚେନ୍ନାଇ,୧।୨: ଆଇପିଏଲ୍‌ ୨୦୨୩ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରେ ଆରମ୍ଭ ହୋଇପାରେ। ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ ଆରମ୍ଭ ପାଇଁ ଅତିକମରେ ଦୁଇ ମାସ ବାକି ଅଛି, କିନ୍ତୁ ମହେନ୍ଦ୍ର ସିଂ ଧୋନୀ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଧୋନୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଧୋନୀ ନେଟ୍ସରେ ବଡ ଛକା ମାରିଥିବାର ଦେଖିବାକୁ ମିଳିଛି। ଧୋନୀଙ୍କ ଏହି ଭିଡିଓ ଦେଖି ଚେନ୍ନାଇର ପ୍ରଶଂସକମାନେ ବହୁତ ଖୁସି ଦେଖାଯାଉଛନ୍ତି।
ଭାଇରାଲ ଭିଡିଓରେ ଧୋନୀ ସ୍ପିନ ବୋଲରଙ୍କ ବିପକ୍ଷରେ ବଡ ଛକା ମାରିଥିବାର ଦେଖିବାକୁ ମିଳିଛି। ଧୋନୀ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କୁ ଭେଟିଥିଲେ।
ଧୋନୀ ଆଉ ଆନ୍ତର୍ଜାତୀୟ କିମ୍ବା ଘରୋଇ କ୍ରିକେଟରେ ସକ୍ରିୟ ନାହାନ୍ତି। ସେ କେବଳ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି। ଧୋନୀ ଏହି ଆଇପିଏଲ୍‌ ସିଜିନ୍‌ରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇପାରିବେ। ସେ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

Share