Categories: ଖେଳ

ଏହି ମହାନ କ୍ରିକେଟରଙ୍କ ଭଳି ହେବାକୁ ଚାହୁଁଥିଲେ ଧୋନୀ; ହେଲେ ପୂରଣ ହୋଇପାରିଲାନି ଇଚ୍ଛା…

ନୂଆଦିଲ୍ଲୀ,୧୪।୧୦: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅନେକଙ୍କ ପାଇଁ ଆଜି ବି ପ୍ରେରଣା ହୋଇ ରହିଛନ୍ତି। କ୍ରିକେଟରୁ ସନ୍ନାସ ନେଇଥିଲେ ବି ତାଙ୍କୁ ନେଇ ଆଲୋଚନା କମ୍‌ ହୋଇନାହିଁ। ଏବେ ସିଏସ୍‌କେର ଅଧିନାୟକ ତଥା ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସଚିନଙ୍କ ଭୁରି ପ୍ରଶଂସା କରିଛନ୍ତି।

ସିଏସ୍‌କେର ଗ୍ଲୋବାଲ୍‌ ସ୍କୁଲ ଉଦ୍‌ଘାଟନ ବେଳେ ଧୋନୀ କହିଛନ୍ତି, ମୁଁ ବିଲ୍‌କୁଲ୍‌ ଆପଣଙ୍କ ଭଳି ଥିଲି। ମୁଁ ସଚିନଙ୍କୁ ଖେଳୁଥିବାର ଦେଖୁଥିଲି। ସର୍ବଦା ତାଙ୍କ ଭଳି ଖେଳିବାକୁ ଚାହୁଁଥିଲି। ସେ ମୋ ପାଇଁ ମଧ୍ୟ ରୋଲ ମଡେଲ ଥିଲେ। ପରେ ଲାଗିଲା କି ମୁଁ ତାଙ୍କ ଭଳି ଖେଳି ପାରିବି ନାହିଁ। ହେଲେ ହୃଦୟରୁ ସର୍ବଦା ତାଙ୍କ ଭଳି ଖେଳିବାକୁ ଚାହୁଁଥିଲି ବୋଲି ସେ କହିଛନ୍ତି।

ତେବେ ସଚିନଙ୍କ ବିଷୟରେ କଥା ହେଲେ ସେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ରନ୍‌ କରିଥିବା କ୍ରିକେଟର। ସେ ୬୬୪ ମ୍ୟାଚ୍‌ରେ ରେକର୍ଡ ୩୪,୩୫୭ ରନ୍‌ କରିଛନ୍ତି। ସେଥିରେ ୧୦୦ ଶତକ ଏବଂ ୧୬୪ ଅର୍ଦ୍ଧଶତକ ରହିଛି। ଏହାଛଡ଼ା ବୋଲିଂରେ ମଧ୍ୟ ୨୦୧ ଉଇକେଟ ତାଙ୍କ ନାମରେ ଅଛି। ସେ ୬ଟି ବିଶ୍ୱକପ୍‌ ମଧ୍ୟ ଖେଳିଛନ୍ତି।

Share