Categories: ଖେଳ

ରାଞ୍ଚି ପରେ ଏବେ ବିଦେଶରେ ବଢ଼ିଲା ଚାହିଦା: ଦୁବାଇ ଯିବ ଧୋନୀଙ୍କ ଫାର୍ମହାଉସ ପନିପରିବା

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ପନିପରିବା ଚାଷ କରୁଛନ୍ତି। ଏବେ ତାଙ୍କ ଫାର୍ମରେ ଫଳିଥିବା ପନିପରିବା ଦୁବାଇକୁ ପଠାଯିବ। ଧୋନୀଙ୍କ ଫାର୍ମର ପନିପରିବାକୁ ବିଦେଶକୁ ପଠାଇବା ପାଇଁ ଝାଡ଼ଖଣ୍ଡର କୃଷି ବିଭାଗ ଦାୟିତ୍ୱ ଗ୍ରହଣ କରିଛି। ଏଥିନିମନ୍ତେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜଣାପଡ଼ିଛି।

ରିଙ୍ଗ ରୋଡ୍‌ରେ ଥିବା ସେମ୍ବୋ ଗ୍ରାମରେ ୪୩ ଏକର ବ୍ୟାପ୍ତ ଅଞ୍ଚଳରେ ଧୋନୀଙ୍କ ଫାର୍ମହାଉସ୍‌ ରହିଛି। ସେଥିରୁ ୧୦ ଏକର ଜାଗାରେ ସେ ଷ୍ଟ୍ରବେରୀ, କୋବି, ଟମାଟୋ, ବ୍ରୋକୋଲି, ମଟର, ଅମୃତଭଣ୍ଡା ଭଳି ଅନେକ ପନିପରିବା ଚାଷ କରୁଛନ୍ତି। ରାଞ୍ଚି ବଜାରରେ ଏଗୁଡ଼ିକୁ ବିକ୍ରି କରାଯାଉଥିବା ବେଳେ କୋବି, ଟମାଟୋ ଏବଂ ମଟର ପ୍ରତି ଲୋକଙ୍କ ଚାହିଦା ବୃଦ୍ଧି ପାଉଛି। ଏପରିସ୍ଥଳେ ବିଦେଶକୁ ଫାର୍ମର ପରିବା ପଠାଯିବା ନିର୍ଦ୍ଧାରିତ ହେବା ପରେ ଧୋନୀ ବେଶ୍‌ ଖୁସି ଅଛନ୍ତି।

Share