ନୂଆଦିଲ୍ଲୀ, ୧୩।୮: ପୂର୍ବତନ ଭାରତୀୟ ଅଧିନାୟକ ତଥା ଆଇପିଏଲ୍ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ନିଜର କରୋନା ଟେଷ୍ଟ କରାଇଛନ୍ତ। ତାଙ୍କସହ ସିଏସ୍କେର ମୋନୁ ସିଂ ମଧ୍ୟ ନିଜର କରୋନା ଟେଷ୍ଟ କରିଥିବା ଜଣାପଡ଼ିଛି। ତେବେ ଉଭୟ ବୁଧବାର କରୋନା ଟେଷ୍ଟ କରାଇଥିବା ବେଳେ ଗୁରୁବାର ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। କିନ୍ତୁ ଖବର ଲେଖାଯିବା ସୁଦ୍ଧା ଧୋନୀଙ୍କ କରୋନା ରିପୋର୍ଟକୁ ନେଇ କୌଣସି ସୂଚନା ସାମ୍ନାକୁ ଆସି ନାହିଁ। ୟୁଏଇ ଯାତ୍ରା କରିବା ପୂର୍ବରୁ ସମସ୍ତ ଆଠ ଫ୍ରାଞ୍ଚାଇଜ ଟିମ୍ ନିଜ ଖେଳାଳି, ସହାୟକ ସଦସ୍ୟ ଓ ପ୍ରବନ୍ଧନ ସଦସ୍ୟଙ୍କ କରୋନା ଟେଷ୍ଟ କରାଉଛନ୍ତି, ଯାହା ଆଧାରରେ ଧୋନୀ ନିଜର କରୋନା ଟେଷ୍ଟ କରାଇଛନ୍ତି।
ରାଞ୍ଚିର ଗୁରୁ ନାନାକ ହସ୍ପିଟାଲର ସିମାଲିଆରେ ଥିବା ଫାର୍ମ ହାଉସରେ ଉଭୟ ଖେଳାଳି ଏହି ପରୀକ୍ଷା କରାଇଥିଲେ।