Categories: ଖେଳ

‘ଥାଲା’ ମାନେ କ’ଣ? ଜାଣନ୍ତୁ କାହିଁକି ଧୋନୀଙ୍କୁ ଏହି ନାମରେ ଡାକିଥାନ୍ତି ସାଥୀ ଖେଳାଳି

ନୂଆଦିଲ୍ଲୀ,୭।୭: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବୁଧବାର ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଆଇସିସିର ସମସ୍ତ ତିନୋଟି ଟ୍ରଫି(ଟି୨୦ ବିଶ୍ୱକପ୍‌, ୫୦ ଓଭର ବିଶ୍ୱକପ୍‌ ଏବଂ ଚାମ୍ପିୟନ୍ସ ଟ୍ରଫି) ଜିତିଥିବା ବିଶ୍ୱର ଏକମାତ୍ର ଅଧିନାୟକ ଧୋନୀଙ୍କ ନିକଟକୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ୨୦୨୦ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଆଇପିଏଲ୍‌ ଖେଳୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ୱ ସେ ନିର୍ବାହ କରୁଛନ୍ତି। ତେବେ ଆଇପିଏଲ୍‌ ପାଇଁ ଖେଳୁଥିବା ବେଳେ ଧୋନୀଙ୍କୁ ଏକ ବିଶେଷ ନାମରେ ଡାକିଥାନ୍ତି ସମସ୍ତେ। ସେଇଟି ହେଲା ‘ଥାଲା’। ଆପଣ କ’ଣ ଜାଣନ୍ତି ଏହାର ଅର୍ଥ କ’ଣ? ଆସନ୍ତୁ ଜାଣିବା…

ଥାଲା ହେଉଛି ଏକ ତାମିଲ ଶବ୍ଦ। ଏହାର ଅର୍ଥ ଲିଡର୍‌ ତଥା ନେତା/ମୁଖ୍ୟ। ଧୋନୀ ଆଇପିଏଲ୍‌ର ପ୍ରଥମ ସିଜିନରୁ ସିଏସ୍‌କେ ସହ ଜଡ଼ିତ ହୋଇ ଅଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଆସିଛି। ହଳଦିଆ ବିଗ୍ରେଡ ତିନିଥର ଆଇପିଏଲ୍‌ ଟାଇଟଲ୍‌ ମଧ୍ୟ ଜିତିଛି। ଏହି ନେତୃତ୍ୱ ଗୁଣ ଯୋଗୁ ତାଙ୍କୁ ‘ଥାଲା’ ବୋଲି କୁହାଯାଇଥାଏ।

Share