ଦୁବାଇ,୧୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ୨୦୨୧ର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଜର ପୁରୁଣା ଅନ୍ଦାଜକୁ ଫେରିଛନ୍ତି। ଏହି ମ୍ୟାଚ୍ରେ ନିଜକୁ ବିଶ୍ୱର ସବୁଠୁ ବଡ ମ୍ୟାଚ ବିଜେତା ବୋଲି ପ୍ରମାଣ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସକୁ ଫାଇନାଲରେ ପହଞ୍ଚତ୍ବା ପାଇଁ ଶେଷ ଓଭରରେ ୧୩ ରନ ଆବଶ୍ୟକ କରିଥିଲା। କିଛି ସମୟ ପାଇଁ ଲାଗୁଥିଲା ଯେ ୪୦ ବର୍ଷୀୟ ଧୋନୀ ଏହି ମ୍ୟାଚ ଶେଷ କରି ପାରିବେ ନାହିଁ, କିନ୍ତୁ ଧୋନୀ ନିଜର ଭୟଙ୍କର ରୂପ ଦେଖାଇ କ୍ରମାଗତ ୩ ଚୌକା ମାରିଥିଲେ। କିଛି ସମୟ ପାଇଁ ଲାଗୁଥିଲା ଯେ ୪୦ ବର୍ଷୀୟ ଧୋନି ଏହି ମ୍ୟାଚ ଶେଷ କରି ପାରିବେ ନାହିଁ, କିନ୍ତୁ ସେ ନିଜର ଭୟଙ୍କର ରୂପ ଦେଖାଇ କ୍ରମାଗତ ୩ ଚୌକା ମାରି ଦଳକୁ ବିଜୟ ପ୍ରଦାନ କରିଥିଲେ।
ମହେନ୍ଦ୍ର ସିଂ ଧୋନୀ ୬ଟି ବଲରେ ଅପରାଜିତ ୧୮ ରନ ସ୍କୋର କରିଥିଲେ। ସେ ଗୋଟିଏ ଛକା ଓ ୩ ଚୌକା ମାରିଥିଲେ। ଧୋନୀ ବିଜୟ ସଟ ମାରିବା ମାତ୍ରେ ଷ୍ଟାଡିୟମରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ସାକ୍ଷୀଙ୍କ ଆଖିରେ ଲୁହ ଆସିଯାଇଥିଲା। ଧୋନୀ ବିଜୟ ସଟ ମାରିବା ମାତ୍ରେ ସାକ୍ଷୀ ଭାବପ୍ରବଣ ହୋଇ ଝିଅ ଜିଭାଙ୍କୁ କୋଳାଗ୍ରତ କରିଥିଲେ।