Categories: ଖେଳ

ବେଙ୍ଗାଲୁରୁକୁ ଜିତାଇଲା ଧୋନୀଙ୍କ ଛକା, ଦୀନେଶ କାର୍ତ୍ତିକ କଲେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୯।୫: ଶନିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ହାସଲ କରି ପ୍ଳେଅଫ ସ୍ଥାନ ସୁରକ୍ଷିତ କରିଛି। ଶେଷ ଓଭର ଯାଏ ବେଙ୍ଗାଲୁରୁ ପାଇଁ ପ୍ଳେଅଫ ଆଶା ଆଶଙ୍କାରେ ଥିଲାବେଳେ ୟଶ ଦୟାଲଙ୍କ ଘାତକ ବୋଲିଂ ବଳରେ ଦଳ ଚେନ୍ନାଇକୁ ମାତ୍ ଦେଇଥିଲା।

ତେବେ ଶେଷ ଓଭର ପ୍ରଥମ ବଲରେ ଧୋନୀ ମାରିଥିବା ଛକା ହିଁ ଚେନ୍ନାଇ ପରାଜୟର କାରଣ ବୋଲି କୁହାଯାଉଛି। ବିଜୟ ପରେ ବେଙ୍ଗଲୁରୁ ଡ୍ରେସିଂ ରୁମରେ ଏହି ଖୁଲାସା କରିଛନ୍ତି ଦୀନେଶ କାର୍ତ୍ତିକ। କାର୍ତ୍ତିକଙ୍କ କହିବା ମୁତାବକ ”ୟଶ ଦୟାଲଙ୍କ ପ୍ରଥମ ବଲରେ ଧୋନୀ ଏକ ୧୧୦ ମିଟର ଛକା ମାରିଥିଲେ, ଯାହା ବେଙ୍ଗାଲୁରୁ ପାଇଁ ମଙ୍ଗଳା ସାବ୍ୟସ୍ତ ହୋଇଥିଲା। ଏହା ପରେ ବେଙ୍ଗାଲୁରୁ ଟିମ୍କୁ ଏକ ନୂଆ ବଲ ମିଳିଥିଲା ଯାହା ଆମକୁ ସାହାଯ୍ୟ ଭଲ ବୋଲିଂ କରିବାରେ କରିଥିଲା।”

ଅନ୍ତିମ ଓଭରରେ ପ୍ଲେ ଅଫ୍‌ ପ୍ରବେଶ ପାଇଁ ଚେନ୍ନାଇକୁ ୧୭ ରନ୍‌ ଆବଶ୍ୟକ ଥିଲା। ଧୋନୀ ପ୍ରଥମ ବଲ୍‌ରେ ଛକା ମାରିଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଶାର୍ଦ୍ଦୂଳ ଠାକୁର କୌଣସି ରନ୍‌ ନେଇ ପାରି ନ ଥିଲେ। ଚତୁର୍ଥ ବଲ୍‌ରୁ ୧ ରନ୍‌ ଆସିଥିବା ବେଳେ ଅନ୍ତିମ ୨ ବଲ୍‌ ଡଟ୍‌ ରହିଥିଲା।

Share