Categories: ଖେଳ

ଆରସିବିକୁ ପଛରେ ପକାଇଲା ଧୋନୀଙ୍କ ସିଏସ୍‌କେ

ନୂଆଦିଲ୍ଲୀ,୧୫।୧୨: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚଳିତ ବର୍ଷ ୟୁଏଇରେ ହାତେଇଥିଲା ଚତୁର୍ଥ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ଟ୍ରଫି। କେବଳ ଆଇପିଏଲର ୨୦୨୧ ସଂସ୍କରଣରେ ସିଏସ୍‌କେ ରାଜୁତି କରିଥିଲା ତାହା ନୁହେଁ, ଟୁଇଟରରେ ମଧ୍ୟ ଏହି ଦଳ ବେଶରେ ଚର୍ଚ୍ଚାରେ ରହିଥିଲା। ଟୁଇଟର ଇଣ୍ଡିଆ ଅନୁଯାୟୀ, ଧୋନୀଙ୍କ ସିଏସ୍‌କେ (@chenniIPL)ଉପରେ ସର୍ବାଧିକ ଟୁଇଟ୍‌ ହୋଇଛି। ଏହି ଧାରାରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(@RCBtweets)କୁ ପଛରେ ପକାଇ ଦେଇଛି ଚେନ୍ନାଇ। ଏହି ତାଲିକାରେ ଆରସିବି ପଛକୁ ମୁମ୍ବାଇ ଇଣ୍ଡିଆନ୍ସ (@Mipaltan) ଓ ରାଜସ୍ଥାନ ରୟାଲ୍ସ (@rajasthanroyals) ରହିଛି।

ଚଳିତ ବର୍ଷ ସିଏସ୍‌କେର ହାସଟ୍ୟାଗ #whistlepodu ଏବଂ #yellow ଉପରେ ସର୍ବାଧିକ ଟୁଇଟ୍‌ ହୋଇଥିଲା ବୋଲି ଟୁଇଟର ଇଣ୍ଡିଆ ପ୍ରକାଶ କରିଛି।

Share