Advertisement
Categories: ଖେଳ

ପୁଣିଥରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ହେବା ପରେ ଧୋନୀଙ୍କ ପ୍ରଥମ ପ୍ରତିକ୍ରିୟା

ଚେନ୍ନାଇ,୧୧ା୪: ଏମଏସ. ଧୋନୀ ପୁଣି ଥରେ IPL ରେ ଚେନ୍ନାଇ ସୁପର କିଙ୍ଗସ(CSK)ର ନେତୃତ୍ୱ ନେବେ। ଯେତେବେଳେ CSK ଶୁକ୍ରବାର ଚେନ୍ନାଇରେ 2025 IPL ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆକ୍ସନ କରିବାକୁ ଓହ୍ଲାଇବ। ଏଠାରେ ସମସ୍ତଙ୍କ ନଜର ସବୁଠାରୁ ସଫଳ IPL ଅଧିନାୟକ – MS ଧୋନିଙ୍କ ଉପରେ ରହିବ।

ତଥାପି, CSK ଯେଉଁ ପରିସ୍ଥିତିରେ ଏବେ ରହିଛି ତାହା ଆଦୌ ଗ୍ରହଣୀୟ ନୁହେଁ। ପାଞ୍ଚ ଥରର ଚାମ୍ପିଅନ ପାଞ୍ଚଟି ମ୍ୟାଚ୍ ରୁ ଚାରିଟିରେ ପରାସ୍ତ ସହିତ ଲିଗରେ 9ମ ସ୍ଥାନରେ ଅଛନ୍ତି ଏବଂ ବର୍ତ୍ତମାନ ନିୟମିତ ଅଧିନାୟକ ଋତୁରାଜ ଗାୟକୱାଡ ମଧ୍ୟ କହୁଣୀ ଆଘାତ ଯୋଗୁଁ ବାହାର ହୋଇଯାଇଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି ଏହି ପରିସ୍ଥିତିରେ, MS ଧୋନି CSKର ଅଭିଯାନକୁ ପୁନର୍ଜୀବିତ କରିବା ପାଇଁ କ’ଣ ପଦକ୍ଷେପ ନେଉଛନ୍ତି।

ଧୋନି ପୂର୍ବରୁ ୨୦୦୮ ରୁ ୨୦୨୩ ପର୍ଯ୍ୟନ୍ତ CSK ର ଅଧିନାୟକତ୍ୱ କରିଥିଲେ ଏବଂ ପାଞ୍ଚଟି IPL ଟାଇଟଲ ଜିତିଥିଲେ। ସେ ୨୦୨୪ ସିଜିନ୍ ପୂର୍ବରୁ ଗାୟକୱାଡଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିଥିଲେ। ତେବେ ୩୦ ମାର୍ଚ୍ଚରେ ଜୋଫ୍ରା ଆର୍ଚରଙ୍କ ଏକ ସର୍ଟ ବଲ୍ ଦ୍ୱାରା ଗାୟକୱାଡ ଆଘାତ ପାଇଥିଲେ ଏବଂ ସେବେଠାରୁ ସେ ଦୁଇଟି ମ୍ୟାଚ୍ ଖେଳିଛନ୍ତି।

ଗାଇକୱାଡ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଯନ୍ତ୍ରଣା ମଧ୍ୟରେ ଖେଳିଥିଲେ, ସିଏସକେ ଡାକ୍ତରୀ ଦଳ ଫୁଲା କମିବା ପରେ ହିଁ ତାଙ୍କର ଏମ୍ଆରଆଇ କରାଇପାରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel