କୋହଲିଙ୍କୁ ପଛରେ ପକାଇଲେ ଧୋନୀ

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଭେଟୁଛି। ଏହି ମ୍ୟାଚ୍‌ ରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଧୋନୀଙ୍କ ପାଇଁ ସ୍ବତନ୍ତ୍ର ହୋଇଛି। ଆଇପିଏଲର ଯେକୌଣସି ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୨୦୦ ମ୍ୟାଚ ଖେଳିଥିବା ଧୋନୀ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲରେ ଏହା ତାଙ୍କର ୨୦୦ ତମ ମ୍ୟାଚ। ଯେକୌଣସି ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୨୦୦ କିମ୍ବା ଅଧିକ ମ୍ୟାଚ ଖେଳିବା କ୍ଷେତ୍ରରେ କେବଳ ବିରାଟ କୋହଲି ତାଙ୍କଠାରୁ ଆଗରେ ଅଛନ୍ତି। ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ବେଙ୍ଗାଲୁରୁ ପାଇଁ ୨୧୭ ମ୍ୟାଚ ଖେଳିଛନ୍ତି। ୨୦୧୬ ଏବଂ ୨୦୧୭ରେ ଚେନ୍ନାଇ ନିଷେଧ ହେବା ପରେ ଧୋନୀଙ୍କୁ ଅନ୍ୟ ଫ୍ରାଞ୍ଚାଇଜ ପାଇଁ ଖେଳିବାକୁ ପଡିଥିଲା, ନଚେତ୍‌ ସେ କୋହଲିଙ୍କଠାରୁ ଆଗରେ ଥାଆନ୍ତେ।

Share