ରପ୍ତାନିରେ ଏମ୍‌ଏସ୍‌ଆଇଏଲର ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ,୨।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌) ଗାଡ଼ି ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ସର୍ବକାଳୀନ ରେକର୍ଡ କରିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀର ଗାଡ଼ି ବିକ୍ରି ସଂଖ୍ୟା ୨୦୨୨ର ସମାନ ଅବଧି ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି ବୋଲି ସୋମବାର କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। କମ୍ପାନୀର ସୂଚନା ଅନୁଯାୟୀ ୨୦୨୩ ଡିସେମ୍ବରରେ ବ୍ରାଣ୍ଡ୍‌ ମୋଟ ୧,୩୭,୫୫୧ ୟୁନିଟ୍‌ କାର୍‌ ବିକ୍ରି କରିଛି, ଯାହା ୨୦୨୨ ଡିସେମ୍ବରରେ ୧,୩୯,୩୪୭ ୟୁନିଟ୍‌ ତୁଳନାରେ ପ୍ରାୟ ୦.୧% ହ୍ରାସ ଘଟିଛି। ଅବଶ୍ୟ ରପ୍ତାନି କ୍ଷେତ୍ରରେ ବ୍ରାଣ୍ଡ୍‌ର ମୋଟ ଯାନ ସଂଖ୍ୟା ୨୬,୮୮୪ ୟୁନିଟ୍‌କୁ ବୃଦ୍ଧି ପାଇଛି। ୨୦୨୨ ଡିସେମ୍ବରରେ ବ୍ରାଣ୍ଡ୍‌ର ରପ୍ତାନି ୨୧,୭୯୬ ୟୁନିଟ୍‌ଠାରୁ ୨୦୨୩ର ରପ୍ତାନି ପରିମାଣ ପ୍ରାୟ ୩% ବୃଦ୍ଧି ଘଟିଛି। ସେହିଭଳି ୨୦୨୩ରେ କମ୍ପାନୀର ମୋଟ ରପ୍ତାନି ୨,୬୯,୦୪୬ ୟୁନିଟ୍‌ର ସର୍ବକାଳୀନ ରେକର୍ଡ ଛୁଇଁଥିଲାବେଳେ ୨୦୨୨ରେ ବ୍ରାଣ୍ଡ୍‌ର ମୋଟ ରପ୍ତାନି ୨,୬୩,୦୬୮ ୟୁନିଟ୍‌ ଥିଲା। ଅପରପକ୍ଷରେ ଏମ୍‌ଏସ୍‌ଆଇଏଲ୍‌ର ମିନି ସେଗ୍‌ମେଣ୍ଟ (ଅଲ୍ଟୋ ଏବଂ ଏସ୍‌-ପ୍ରେସୋ) ରେ ମଧ୍ୟ ବିକ୍ରି ହ୍ରାସ ହୋଇଛି। ୨୦୨୨ ଡିସେମ୍ବରରେ ଏହି ସଂଖ୍ୟା ୯,୭୬୫ ୟୁନିଟ୍‌ରୁ ୨,୫୫୭ ୟୁନିଟ୍‌କୁ ହ୍ରାସ ପାଇଛି। ବିଭିନ୍ନ ବିଭାଗରେ ବିକ୍ରି ସମାନ ଅବଧିରେ ୫୭,୫୦୨ ୟୁନିଟ୍‌ରୁ ୪୫,୭୪୧ୟୁନିଟ୍‌କୁ ଖସି ଆସିଛି। ସେହିପରି ମଧ୍ୟମ ଆକାରରେ ମଧ୍ୟ ବିକ୍ରୟ ହ୍ରାସ ଘଟିଛି। ୨୦୨୨ରେ ଏହି ୧,୧୫୪ ୟୁନିଟ୍‌ ଥିଲାବେଳେ ୨୦୨୩ ଡିସେମ୍ବରରେ ଉକ୍ତ ସଂଖ୍ୟା ୪୮୯ ୟୁନିଟ୍‌ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏପରିକି ଭ୍ୟାନ୍‌ ସେଗ୍‌ମେଣ୍ଟରେ ମଧ୍ୟ କାରବାର ୧୦,୫୮୧ ୟୁନିଟ୍‌ରୁ ଖସି ୧୦,୦୩୪ ୟୁନିଟ୍‌ରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡର ୟୁଟିଲିଟି ବିଭାଗ ବିକ୍ରିରେ ବୃଦ୍ଧି ଘଟିଛି। ୨୦୨୨ଡିସେମ୍ବରରେ ଏହି ସଂଖ୍ୟା ୩୩,୦୦୮ୟୁନିଟ୍‌ ଥିବାବେଳେ ୨୦୨୩ ମୋଟ ୪୫,୯୫୭ ୟୁନିଟ୍‌ ବିକ୍ରି ହୋଇଛି। କମ୍ପାନୀର ହାଲୁକା ବାଣିଜି୍ୟକ ଯାନ ବିଭାଗରେ ମଧ୍ୟ କାରବାର ବୃଦ୍ଧି ପାଇଛି। ୨୦୨୨ ଡିସେମ୍ବରରେ ଏହି ସଂଖ୍ୟା ୧,୫୨୫ ୟୁନିଟ୍‌ରୁ ବଢି ୧,୭୧୪ ୟୁନିଟ୍‌ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri