ନୂଆଦିଲ୍ଲୀ,୨୯।୭: ବର୍ତ୍ତମାନ କ୍ଷତିଗ୍ରସ୍ତ ବଜାର ସ୍ଥିତିରେ ଦେଶର ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ କ୍ଷୁଦ୍ର ଶିଳ୍ପର ବିକାଶ ଲାଗି ଡିଜିଟାଲୀକରଣ ଉପରେ ଏକ ଅଧ୍ୟୟନରେ ଗୁରୁତ୍ୱାରୋପ କରାଯାଇଛି। ଏହି ଶିଳ୍ପର ଡିଜିଟାଲୀକରଣ ହେଲେ ଦେଶର ଜିଡିପିରେ ୨୧୬ ବିଲିୟନ ଡଲାରର ବୃଦ୍ଧି ଘଟିବ। କରୋନା ମହାମାରୀ ପାଇଁ ଦେଶ ସାମ୍ନାରେ ଆସିଥିବା ବିଭିନ୍ନ ଚ୍ୟାଲେଞ୍ଜରୁ ଦେଶକୁ ବାହାରକୁ ଆଣିବା ଲାଗି ଏହା ସହାୟତା କରିବ ବୋଲି ଅଧ୍ୟୟନରେ କୁହାଯାଇଛି। ବର୍ତ୍ତମାନର ପରିବର୍ତ୍ତନ ସହ ଆଗକୁ ବଢ଼ିବାକୁ ହେଲେ ଡିଜିଟାଲୀକରଣକୁ ଆପଣାଇବାକୁ ପଡିବ ବୋଲି କ୍ଷୁଦ୍ର ଶିଳ୍ପଗୁଡିକ ଉପଲବ୍ଧି କରିଛନ୍ତି। ବର୍ତ୍ତମାନ ଦେଶ ମଧ୍ୟରେ ୪.୨ କୋଟି ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ କ୍ଷୁଦ୍ର ଉଦ୍ୟୋଗ ରହିଥିବା ଏସ୍ଏମ୍ବି ଡିଜିଟାଲ ମାଚ୍ୟୁରିଟି ଷ୍ଟଡି-୨୦ରେ ପ୍ରକାଶ କରାଯାଇଛି। ଡିଜିଟାଲ ପରିବର୍ତ୍ତନ ନେଇ ୮୬% ଉପଲବ୍ଧି କରିଥିବା ଏହି ଷ୍ଟଡିରେ ଉଲ୍ଲେଖ କରାଯାଇଛି।