Categories: ଖେଳ

ମୁଚୋଭା ଫ୍ରେଞ୍ଚ ଓପନ ଫାଇନାଲରେ

ପ୍ୟାରିସ, ୯ା୬: କାରୋଲିନା ମୁଚୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଆରିନା ସାବାଲେଙ୍କାଙ୍କୁ ୭-୬ (୭-୫), ୬-୭ (୫-୭), ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଚତୁର୍ଥ ସିଡ୍‌ କାସ୍ପର ରୁଡ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ନରଓ୍ବେର ଏହି ଖେଳାଳି ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲରେ ଡେନମାର୍କର ହୋଲଗର ରୁନ୍‌ଙ୍କୁ ୬-୧, ୬-୨, ୩-୬, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ସୂଚନାଯୋଗ୍ୟ, ରୁଡ୍‌ ଗତବର୍ଷ ଫାଇନାଲରେ ରଫେଲ ନାଡାଲଙ୍କଠାରୁ ହାରିଯାଇଥିଲେ। ଜାପାନର ମିୟୁ କାଟୋ ଓ ଜର୍ମାନୀର ଟିମ୍‌ ପୁଲଜ୍‌ ମିକ୍ସଡ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ଏହି ଯୋଡ଼ି ଫାଇନାଲରେ କାନାଡାର ବାଏଙ୍କା ଆଣ୍ଡ୍ରେସ୍କୁ ଓ ନ୍ୟୁଜିଲାଣ୍ଡର ମାଇକେଲ ଭେନସଙ୍କୁ ୪-୬, ୬-୪, ୧୦-୬ ସେଟ୍‌ରେ ହରାଇ ଦେଇଛନ୍ତି। ସୂଚନାଯୋଗ୍ୟ, ରବିବାର କାଟୋ ଓ ପାର୍ଟନର ଇଣ୍ଡୋନେସିଆର ଅଲ୍‌ଡିଲା ସୁଜିଆଦିଙ୍କୁ ମହିଳା ଡବଲ୍ସ ଟୁର୍ନାମେଣ୍ଟରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ମ୍ୟାଚ ବେଳେ କାଟୋ ଜଣେ ବଲ୍‌ ଗର୍ଲଙ୍କୁ ବଲ୍‌ରେ ଆଘାତ ଦେବାପରେ ଏହି ଦଣ୍ଡ ମିଳିଥିଲା।

Share