ଗାଁ ମୁହଁରେ ଆଣ୍ଠୁଏ କାଦୁଅ

ଢେଙ୍କିକୋଟ,୨୩ା୯(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ ପଞ୍ଚାୟତ ଢେଙ୍କିକୋଟ ଗ୍ରାମର ଦଳେଇସାହିସ୍ଥିତ ହାଇସ୍କୁଲ ପୋଖରୀହୁଡ଼ା ସାହି ଏବଂ ଢେଙ୍କିକୋଟ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଆଣ୍ଠୁଏ କାଦୁଅ ହୋଇଛି। ଅସରାଏ ବର୍ଷା ହେଲେ ରାସ୍ତାରେ ଯାତାୟାତ ସମ୍ଭବ ହେଉନାହିଁ। ଯଦି ଗ୍ରାମରେ କେହି ରୋଗାଗ୍ରସ୍ତ ହୁଅନ୍ତି, ଆମ୍ବୁଲାନ୍ସ ମଧ୍ୟ ଆସିପାରେନାହିଁ। ପ୍ରାଥମିକ ସ୍କୁଲକୁ ଯାଉଥିବା କୁନିକୁନି ପିଲା କାଦୁଅରେ ପଶି ଯାତାୟାତ କରୁଛନ୍ତି। ରାସ୍ତା ପ୍ରତି ଘଟଗାଁ ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ଢେଙ୍କିକୋଟ ବିକାଶମଞ୍ଚ ଦାବି କରିଛି। ଢେଙ୍କିକୋଟ୍‌ ସରପଞ୍ଚ ଖଇର ନାଏକ କହିଛନ୍ତି, ବର୍ଷା ଦିନ ପରେ ରାସ୍ତା କଂକ୍ରିଟ୍‌ କରାଯିବ।

Share