Categories: ଜାତୀୟ

ଲୋକ ସଭାରେ ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା

ନୂଆଦିଲ୍ଲୀ,୧୩।୨: କେନ୍ଦ୍ରୀୟ ବଜେଟ୍‌ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ବଜେଟ ଉପରେ ହୋଇଥିବା ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶନିବାର ଲୋକ ସଭାରେ ନିଜର ମତ ରଖିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରିବା ସହିତ କହିଛନ୍ତି ଯେ, ବଜେଟ ସମ୍ପର୍କରେ ସାଧାରଣ ଲୋକଙ୍କୁ ଭ୍ରମିତ କରାଯାଉଛି। ରାହୁଲ ଗାନ୍ଧୀଙ୍କୁ ନିର୍ମଳା ଭାରତର ବିନାଶକାରୀ ମାନବ(ଡୋମସ୍‌ ଡେ ମ୍ୟାନ୍‌ ଅଫ୍‌ ଇଣ୍ଡିଆ) ଭାବେ ଅଭିହିତ କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ସଭାରେ ସେ କାହାର ନାମ ନ ନେଇ କଂଗ୍ରେସ ଜ୍ୱାଇଁଙ୍କ ପାଇଁ କାମ କରୁଥିବା ଅଭିଯୋଗ ଆଣିଥିଲେ। କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏ ସରକାର ନିଜର ଘନିଷ୍ଠ ସହଯୋଗୀଙ୍କୁ ଦୃଷ୍ଟିରେ ରଖି ବଜେଟ୍‌ ପ୍ରସ୍ତୁତ କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏବେ ଭାଜପା ପକ୍ଷରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଅନ୍ତିମ ଦିବସରେ ଏଭଳି ଉତ୍ତର ଦିଆଯାଇଛି। ନିର୍ମଳା କହିଛନ୍ତି ଦେଶର ଗରିବ ଜନତା ହ ିଁ ସରକାରଙ୍କ ଘନିଷ୍ଠ ସହଯୋଗୀ। ଭାରତକୁ ଆତ୍ମନିର୍ଭର କରାଇବାକୁ ବଜେଟ ସକ୍ଷମ ହେବ ବୋଲି ସେ କହିଛନ୍ତି।

Share