Categories: ବାଣିଜ୍ୟ

ପୁରୀ ଗ୍ରାଣ୍ଡ ରୋଡରେ ମୁଫ୍‌ତି ଏକ୍ସକ୍ଲୁସିଭ୍‌ ଷ୍ଟୋର

ପୁରୀ,୨୭।୩: ଦେଶର ପ୍ରମୁଖ ଗାରମେଣ୍ଟ ବ୍ରାଣ୍ଡ୍‌ ମୁଫ୍‌ତର ଓଡିଶା ବଜାର ପକ୍ଷରୁ ଆଉ ଏକ ନୂତନ ଆଉଟଲେଟର ଶୁଭାରମ୍ଭ କରାଯାଇଛି। ଏପରିକି ରବିବାର ପୁରୀ ଗ୍ରାଣ୍ଡ ରୋଡଠାରେ ମୁଫ୍‌ତ ଏକ୍ସକ୍ଲୁସିଭ୍‌ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌.ସ୍କୋୟାର ମାର୍କେଟିଂ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ଉମେଶ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ସାହା, ଗୋପୀନାଥ ପାତ୍ର, ସ୍ବାତୀ ଅଗ୍ରୱାଲ ଏବଂ ବିଶ୍ୱରଞ୍ଜନ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସେହିଭଳି ପୁରୀ ସହରରେ ମୁଫ୍‌ତର ଏହା ପ୍ରଥମ ଷ୍ଟୋର ହୋଇଥିବା ବେଳେ ରାଜ୍ୟରେ ୧୫ତମ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୧୦୦୦ବର୍ଗଫୁଟ ପରିବ୍ୟାପ୍ତ ଉକ୍ତ ଷ୍ଟୋରରେ ସମସ୍ତ ବର୍ଗଙ୍କୁ ସୁହାଇଲା ଭଳି ବିଭିନ୍ନ ଡିଜାଇନ୍‌ର ଡ୍ରେସ ଉପଲବ୍ଧ। ଏଠାରେ ବ୍ରାଣ୍ଡ୍‌ର ସମସ୍ତ ଡ୍ରେସ ସହ କାଜୁଆଲ୍‌ ଶାର୍ଟ, ଟି ଶାର୍ଟ, ଡେନିମ୍‌ ଆଦି ଉପଲବ୍ଧ । ବିଶେଷ କରି ସହରର ସବୁ ବର୍ଗର ଗ୍ରାହକଙ୍କ ପାଇଁ ପୋଷାକ ସୁଲଭ ମୂଲ୍ୟ ଓ ଗୁଣାତ୍ମକ ମାନରେ ଉପଲବ୍ଧ ରହିଛି। ବିଶେଷକରି ପୁରୀ ବାସିନ୍ଦାଙ୍କ ଚାହିଦା ପୂରଣ ସହ ସବୁ ବର୍ଗର ଗ୍ରାହକଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଷ୍ଟୋର ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି। ଉଲ୍ଲଖଯୋଗ୍ୟ, ପୁରୀ ବଡଦାଣ୍ଡ ମାର୍କେଟ ଛକ ସ୍ଥିତ ବଗଲା ଧର୍ମଶାଳାର ଅପରପାର୍ଶ୍ୱରେ ଉକ୍ତ ଶୋ’ରୁମ ଅବସ୍ଥିତ।

 

Share