ମୁଗ ସୋୟାବିନ୍‌ ବରା

ଆବଶ୍ୟକ ସାମଗ୍ରୀ-

ମୁଗ ଡାଲି- ୨୦୦ ଗ୍ରାମ୍‌, ସୋୟାବିନ୍‌- ୧୦୦ ଗ୍ରାମ୍‌, ପିଆଜ- ୩ଟି, କଞ୍ଚାଲଙ୍କା- ୩ଟି, ଆବଶ୍ୟକ ଅନୁଯାୟୀ ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:-
ମୁଗଡାଲି ଏବଂ ସୋୟାବିନ୍‌କୁ ରାତିରୁ ଭିଜାଇ ରଖନ୍ତୁ। ସକାଳେ ମୁଗଡାଲି ଏବଂ ସୋୟାବିନ୍‌ରୁ ପାଣି ବାହାର କରିଦେଇ ତାକୁ ଗ୍ରାଇଣ୍ଡରରେ ଦରଦର ବଟା କରି ବାହାର କରିଦିଅନ୍ତୁ। ପିଆଜ ଓ କଞ୍ଚାଲଙ୍କାକୁ ଚୂନାଚୂନା କରି କାଟି ଏଥିରେ ମିଶାନ୍ତୁ। ଏହି ମିଶ୍ରଣରେ ଲୁଣ ପକାଇ ସବୁକୁ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ ଏହି ମିଶ୍ରଣକୁ ଛୋଟ ଛୋଟ କରି ଛାଣି ନିଅନ୍ତୁ। ବାଦାମୀ କଲର ହେବା ପରେ ଛାଣି ବାହାର କରିଦିଅନ୍ତୁ। ଏହାକୁ ଆପଣ ତାୱାରେ ତେଲ ଦେଇ ଭାଜିପାରିବେ। ଟମାଟୋ ଶସ୍‌ ସହିତ ଏହାକୁ ଗରମ ଗରମ ଖାଆନ୍ତୁ।