Categories: ଜାତୀୟ

ବଦଳିଲା ଦିଲ୍ଲୀ ମୋଗଲ ଗାର୍ଡେନର ନାମ

ନୂଆଦିଲ୍ଲୀ,୩୦।୧: ରାଷ୍ଟ୍ରପତି ଭବନ ପରେ ବର୍ତ୍ତମାନ ଦିଲ୍ଲୀ ୟୁନିଭର୍ସିଟିର ଉତ୍ତର କ୍ୟାମ୍ପସ ସ୍ଥିତ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ୟୁନିଭର୍ସିଟି (ଡିୟୁ)ର ମୋଗଲ ଗାର୍ଡେନର ନାମକୁ ପରିବର୍ତ୍ତନ କରାଯାଇ ‘ଗୌତମ ବୁଦ୍ଧ ସେଣ୍ଟେନାରୀ’ ଗାର୍ଡେନ କରାଯାଇଛି। ନାମ ବଦଳାଇବା ପରେ ୟୁନିଭର୍ସିଟି ପ୍ରଶାସନ ପକ୍ଷରୁ ଯୁକ୍ତି କରାଯାଇଛି ଯେ, ଏହି ବଗିଚା ମୋଗଲମାନଙ୍କ ଦ୍ୱାରା ନିର୍ମିତ ହୋଇନାହିଁ କିମ୍ବା ଏଥିରେ କୌଣସି ମୋଗଲ ଡିଜାଇନ ଉପରେ ଆଧାରିତ ହୋଇନାହିଁ। ଏନେଇ ସୋମବାର ଜଣେ ଡିୟୁ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜାନୁଆରୀ ୨୭ରେ ଦିଲ୍ଲୀ ୟୁନିଭର୍ସିଟି ଦ୍ୱରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁଳସଚିବ ବିକାଶ ଗୁପ୍ତା ଗାର୍ଡେନର ନାମ ବଦଳାଇବା ସମ୍ପର୍କରେ ସୂଚନା ଦେଇଥିଲେ। ଗତ ୧୫ ବର୍ଷ ଧରି ଏହି ଗାର୍ଡେନରେ ମହାତ୍ମା ବୁଦ୍ଧଙ୍କର ଏକ ପ୍ରତିମୂର୍ତ୍ତି ରହିଥିଲା। ସେଥିପାଇଁ ଏହାର ନାମ ଗୌତମ ବୁଦ୍ଧ ସେଣ୍ଟେନାରୀ ଗାର୍ଡେନ ରଖାଯାଇଛି।

Share