Categories: ଜାତୀୟ

ଖୋଲିବ ଐତିହାସିକ ମୋଗଲ ଗାର୍ଡେନ

ନୂଆଦିଲ୍ଲୀ,୧୧।୨: ରାଷ୍ଟ୍ରପତି ଭବନରେ ଅବସ୍ଥିତ ଐତିହାସିକ ତଥା ବିଶାଳ ମୋଗଲ ଗାର୍ଡେନ ଫେବୃୟାରୀ ୧୨ରୁ ଖୋଲିବ। ଚଳିତ ବର୍ଷ କରୋନା ସଂକ୍ରମଣର ବୃଦ୍ଧି ହେତୁ ଏହାକୁ ଖୋଲିବାରେ ଗୋଟିଏ ସପ୍ତାହ ବିଳମ୍ବ ହୋଇଛି। ପ୍ରତିବର୍ଷ ଫେବୃୟାରୀ ପ୍ରଥମ ସପ୍ତାହରୁ ଦର୍ଶକଙ୍କ ପାଇଁ ଖୋଲାଯାଏ। କିନ୍ତୁ, କରୋନା ଯୋଗୁ ଏଥର ଏହାକୁ ଖୋଲିବାରେ ବିଳମ୍ବ ହୋଇଛି। ଗତ ବର୍ଷ ମଧ୍ୟ କରୋନା ସଂକ୍ରମଣ ହେତୁ ଏହା ଫେବୟାରୀ ୧୩ ଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା।
ଚଳିତି ବର୍ଷ ମଧ୍ୟ ୧୦ବର୍ଷରୁ କମ ପିଲାମାନେ ଏବଂ ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କୁ ମୋଗଲ ଗାର୍ଡେନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହ। ଆହୁରି ମଧ୍ୟ, ଯେଉଁମାନେ ପ୍ରବେଶ କରୁଛନ୍ତି ସେମାନେ କରୋନା ନିର୍ଦ୍ଦେଶାବଳୀକୁ ଧ୍ୟାନରେ ରଖି ମୋଗଲ ଗାର୍ଡେନରେ ପ୍ରବେଶ କରିବେ।

Share