କଂଗ୍ରେସରୁ ବହିଷ୍କାର ହେଲେ ପିସିସି ସମ୍ପାଦକ ମହମ୍ମଦ ଆକବର

ଭୁବନେଶ୍ୱର,୧୦।୬: କଂଗ୍ରେସରୁ ବହିଷ୍କାର ହେଲେ ପିସିସି ସମ୍ପାଦକ ତଥା ବଲାଙ୍ଗୀରର ଯୁବନେତା ମହମ୍ମଦ ଆକବର ଖାନ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି। ମିଡିଆରେ ବିବୃତ୍ତି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ନିକଟରେ ଦଳର ବିପର୍ଯ୍ୟୟ ପାଇଁ ପ୍ରେସମିଟ କରି ବର୍ଷିଥିଲେ। ପରାଜୟ ପାଇଁ ପିସିସି ସଭାପତି ଓ ନରସିଂହ ମିଶ୍ରଙ୍କୁ ଦାୟୀ କରିଥିଲେ।

Share