ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ ବାଂଲାଦେଶ, ୟୁନୁସ୍‌ ସରକାର କହିଲେ ଏବେ…

ଢାକା,୧୭।୮: ବାଂଲାଦେଶରେ ଆମେରିକା ଏବଂ ଚାଇନା ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ଭାରତର ପଡୋଶୀ ଦେଶକୁ ଉତ୍ତେଜିତ କରିବା ପାଇଁ ଅନେକ କୌଶଳ ବ୍ୟବହାର କରିଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡିଛି। ବାଂଲାଦେଶରେ ନବ ଗଠିତ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ ଏବଂ ସେଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଶୀଘ୍ର ବନ୍ଦ କରିବାକୁ ନିଶ୍ଚିତ କରିଥିଲେ ଏବଂ ବର୍ତ୍ତମାନ ସେ ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଭାରତ ଦ୍ୱାରା ଆୟୋଜିତ ତୃତୀୟ ଭଏସ ଅଫ ଗ୍ଲୋବାଲ ସାଉଥ ଶିଖର ସମ୍ମିଳନୀ ଶନିବାର ଠାରୁ ଆରମ୍ଭ ହୋଇଛି। ଯେଉଁଥିରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ମଧ୍ୟ ସାମିଲ ହୋଇଛନ୍ତି। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ହୋଇଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀର ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ବାଂଲାଦେଶର ମୁଖ୍ୟ ଉପଦେଷ୍ଟାଙ୍କ ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ପାରସ୍ପରିକ ସମ୍ପର୍କର ପ୍ରମାଣ ଭାବରେ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର

ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ...

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ...

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri