ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଲେ ୟୁନୁସ

ଢାକା,୮।୮: ବାଂଲାଦେଶରେ ହୋଇଥିବା ହିଂସା ପରେ ମହମ୍ମଦ ୟୁନୁସ ଦେଶର ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଗୁରୁବାର ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଂଲାଦେଶର ନୂତନ ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ସେ ହିନ୍ଦୁ ଏବଂ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପ୍ରଫେସର ମହମ୍ମଦ ୟୁନୁସଙ୍କୁ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବା ପାଇଁ ମୋର ଶୁଭେଚ୍ଛା। ଆମେ ଆଶା କରୁଛୁ ଯେ ସ୍ବାଭାବିକତା ଶୀଘ୍ର ପୁନଃ ସ୍ଥାପିତ ହେବ, ହିନ୍ଦୁ ତଥା ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ ହେବ। ଭାରତ ଶାନ୍ତି, ନିରାପତ୍ତା ଏବଂ ବିକାଶ ପାଇଁ ପ୍ରତିବଦ୍ଧ। ଉଭୟ ଦେଶର ଲୋକଙ୍କ ସହଭାଗୀ ଆକାଂକ୍ଷା ପୂରଣ କରିବା ପାଇଁ ବାଂଲାଦେଶ ସହିତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।

Share