Posted inଜାତୀୟ

ଜୟଶଙ୍କରଙ୍କୁ ଭେଟିଲେ ମୁଇଜୁ

ନୂଆଦିଲ୍ଲୀ, ୭।୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରବିବାର ତାଙ୍କ ୪ ଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି। ସେ ମାଳଦ୍ୱୀପର ପ୍ରଥମ ମହିଳା ସାଜିଦା ମହମ୍ମଦଙ୍କ ସହ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଏହାପରେ ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ଜୟଶଙ୍କର ଏକ୍ସ’ରେ ସୂଚନା ଦେଇଛନ୍ତି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କକୁ ବଢ଼ାଇବା ପାଇଁ ମୁଇଜୁଙ୍କ ଏହି ଗସ୍ତ ସହାୟକ ହେବ ବୋଲି ସେ କହିଛନ୍ତି। ଉଭୟ ଦେଶର ପାରସ୍ପରିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଇଜୁଙ୍କର ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜୟଶଙ୍କର ସୂଚନା ଦେଇଛନ୍ତି। ତେବେ ୪ ମାସ ମଧ୍ୟରେ ଏହା ହେଉଛି ମୁଇଜୁଙ୍କର ଦ୍ୱିତୀୟ ଭାରତ ଗସ୍ତ। ସେ ଗତ ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ତେବେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ମୁଇଜୁ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ

କୋଲକାତା,୭।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ...

‘ଡେଲିଭରୀ ବଏ’ ସାଜିଲେ ଜୋମାଟୋ ସିଇଓ: ଅର୍ଡର ଡେଲିଭରୀ ପରେ ବଖାଣିଲେ ଦୁଃଖ

ନୂଆଦିଲ୍ଲୀ,୭।୧୦: ଜୋମାଟୋ ସିଇଓ ଦୀପିନ୍ଦର ଗୋୟାଲ ନିକଟରେ ତାଙ୍କ ସ୍ତ୍ରୀ ଗ୍ରେସିଆ ମୁନୋଜଙ୍କ ସହ ଗୋଟିଏ ଦିନ ଫୁଡ୍‌ ଡେଲିଭରୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ।...

ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ଏମ୍‌ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅଜୟ ତୁକାରାମ ସନାଡେ ଏବଂ...

ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୭ା୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ହାଇଦ୍ରାବାଦ ହାଉସରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇଥିଲା।...

ମୋଦିଙ୍କୁ ୭୫ ବର୍ଷ ହେବାକୁ ଅପେକ୍ଷା କରିଛନ୍ତି ଜନତା, ବର୍ଷିଲେ ସିସୋଡିଆ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଭାରତବାସୀ...

ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ...

କ୍ରିକେଟ ଖେଳିଲେ ଯୋଗୀ, ହାତରେ ବ୍ୟାଟ୍‌ ଧରି ମାରିଲେ ଚୌକା-ଛକା

ଲକ୍ଷ୍ନୌ,୭ା୧୦: ପଡ଼ିଆକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ହାତରେ ବ୍ୟାଟ୍‌ ଧରି ଚଉକା, ଛକା ବର୍ଷଣ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଅଲ୍‌ ଇଣ୍ଡିଆ...

ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ

ମୁମ୍ବାଇ,୭।୧୦: ଟାଟା ଗ୍ରୁପ ଭେଟେରାନ ରତନ ଟାଟାଙ୍କର ସ୍ବାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। ହେଲେ ଏବେ ସେ ନିଜେ ଏହି ଖବରକୁ ଅସ୍ବୀକାର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri