Posted inଜାତୀୟ

ଚାଇନା ସହ ବନ୍ଧୁତ୍ୱ ହେଲେ…, ଭାରତ ଆସିବା ପରେ ବଦଳିଗଲା ମୁଇଜୁଙ୍କ ସ୍ବର

ନୂଆଦିଲ୍ଲୀ,୭।୧୦: ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ମାଲଦ୍ୱୀପର ପ୍ରଥମ ଲେଡି ସାଜିଦା ମହମ୍ମଦ ଭାରତ ଗସ୍ତରେ ରବିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୁଇଜୁଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ।
ମୁଇଜୁଙ୍କ ସହ ସାକ୍ଷାତ ସମୟରେ ଜୟଶଙ୍କର ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ଆଲୋଚନା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ଗଭୀର କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଇନଷ୍ଟାଗ୍ରାମରେ ମୁଇଜୁଙ୍କ ସହ ଫଟୋ ଶେୟାର କରି ଜୟଶଙ୍କର କହିଛନ୍ତି ଯେ ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ସ୍ବାଗତ କରି ସେ ବହୁତ ଖୁସି।
ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆ ସହ କଥାବାର୍ତ୍ତା ବେଳେ ସେ ଏହା ମଧ୍ୟ କହିଛନ୍ତି ଯେ ମାଲଦ୍ୱୀପ ଏପରି ନିଷ୍ପତ୍ତି ନେବ ନାହିଁ ଯାହା ଭାରତକୁ ଦୁର୍ବଳ କରିବ କିମ୍ବା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନଷ୍ଟ କରିବ।
ସୂଚନାଯୋଗ୍ୟ, ଯେତେବେଳେ ତାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ ବର୍ତ୍ତମାନ ମାଲଦ୍ୱୀପ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବହୁତ ଭଲ, ତେବେ ଭାରତ ବିଶ୍ୱାସ କରିପାରିବ ଯେ ମାଲଦ୍ୱୀପ କଦାପି ଏପରି କରିବ ନାହିଁ ଯାହା ଭାରତର ସୁରକ୍ଷାକୁ ଦୁର୍ବଳ କରିବ।
ଏହା ଉପରେ ରାଷ୍ଟ୍ରପତି ମୁଇଜୁ କହିଛନ୍ତି ଯେ ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଉଭୟ ଦେଶ ମଧ୍ୟ ଭଲ ବନ୍ଧୁ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ସ୍ବାର୍ଥ ସହିତ ଜଡିତ। ମାଲଦ୍ୱୀପର କୌଣସି ନିଷ୍ପତ୍ତି ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଇବ ନାହିଁ। ଏଥି ସହିତ କୌଣସି ଦେଶ ସହ ଆମର ଆଲୋଚନା ଭାରତ ସହ ଆମର ସମ୍ପର୍କକୁ ଦୁର୍ବଳ କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ...

କ୍ରିକେଟ ଖେଳିଲେ ଯୋଗୀ, ହାତରେ ବ୍ୟାଟ୍‌ ଧରି ମାରିଲେ ଚୌକା-ଛକା

ଲକ୍ଷ୍ନୌ,୭ା୧୦: ପଡ଼ିଆକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ହାତରେ ବ୍ୟାଟ୍‌ ଧରି ଚଉକା, ଛକା ବର୍ଷଣ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଅଲ୍‌ ଇଣ୍ଡିଆ...

ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ

ମୁମ୍ବାଇ,୭।୧୦: ଟାଟା ଗ୍ରୁପ ଭେଟେରାନ ରତନ ଟାଟାଙ୍କର ସ୍ବାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। ହେଲେ ଏବେ ସେ ନିଜେ ଏହି ଖବରକୁ ଅସ୍ବୀକାର କରିଛନ୍ତି।...

ଜମ୍ମୁ-କଶ୍ମୀରରେ ଏହି ୫ ସଦସ୍ୟ ହେବେ ଅସଲ କିଙ୍ଗ ମେକର!

ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରରେ ଅଧିକାଂଶ ଏକଜିଟ ପୋଲ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ସ୍ଥିତିରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ...

ଭାରତ ପହଞ୍ଚିବା ପରେ ‘ୟୁ-ଟର୍ନ’ ନେଲେ ମାଲଦ୍ୱୀପ ରାଷ୍ଟ୍ରପତି, ଭାରତୀୟ ପର୍ଯ୍ୟଟକଙ୍କୁ କହିଲେ…

ନୂଆଦିଲ୍ଲୀ,୭।୧୦: ଭାରତ ଗସ୍ତରେ ଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ନିଜର ସ୍ବର ପରିବର୍ତ୍ତନ କରିଛନ୍ତି। ମୁଇଜୁ କହିଛନ୍ତି ଯେ ଭାରତର ସୁରକ୍ଷାକୁ ଦୁର୍ବଳ...

ଶସ୍ତାରେ ଟମାଟୋ ବିକିବେ ସରକାର, ଜାଣନ୍ତୁ କେତେ ଦାମରେ ଆଉ କେଉଁଠି ମିଳିବ

ନୂଆଦିଲ୍ଲୀ,୭।୧୦: ଟମାଟୋର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସୋମବାରଠାରୁ ସରକାର ଶସ୍ତା ମୂଲ୍ୟରେ ଟମାଟୋ ବିକ୍ରି କରିବେ।...

ଲାଲୁଙ୍କ ସମେତ ୯ ଜଣଙ୍କୁ ଜାମିନ ଦେଲେ କୋର୍ଟ

ପାଟନା,୭ା୧୦: ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମେତ ସମସ୍ତ ୯ ଅଭିଯୁକ୍ତଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି...

ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା

କୋଲକାତା,୭।୧୦: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲାର ପଟାଶପୁରରେ ଶୁକ୍ରବାର ଜଣେ ମହିଳାଙ୍କୁ ବଳାତ୍କାର ଓ କୀଟନାଶକ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ରବିବାର ଡାକ୍ତରଖାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri