Advertisement

ପ୍ରଥମେ ଭିଲା.. ଏବେ ବିଳାସପୂର୍ଣ୍ଣ ବଙ୍ଗଳା: ୬ ମାସରେ ଦୁବାଇରେ ଦ୍ୱିତୀୟ ଘର କିଣିଲେ ଅମ୍ବାନୀ…

ନୂଆଦିଲ୍ଲୀ,୧୯।୧୦: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ କିଣିଲେ ଆଉ ଏକ ଘର। ସେ କିଛି ଦିନ ତଳେ ଦୁବାଇରେ ୮୦ ମିଲିୟନ ଡଲାର(ପ୍ରାୟ ୬୬୪.୪ କୋଟି ଟଙ୍କା)ର ଭିଲା କିଣିଥିବା ବେଳେ ଏବେ ସେଠାରେ ଆଉ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି। ଏହାର ମୂଲ୍ୟ ୧୬୩ ମିଲିୟନ ଡଲାର(ପ୍ରାୟ ୧୩୫୨.୩ କୋଟି ଟଙ୍କା) ବୋଲି କୁହାଯାଇଛି। ଅମ୍ବାନୀଙ୍କ ଏହି ଡିଲ୍‌କୁ ଦୁବାଇରେ ସବୁଠାରୁ ମହଙ୍ଗା ଆବାସୀୟ ଡିଲ୍‌ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share