ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ମୁକେଶ ଅମ୍ବାନୀ ବ୍ୟବସାୟ ଏବଂ ଅର୍ଥନୀତି ଉପରେ କରୋନାର ପ୍ରଭାବ ହେତୁ ଦରମା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ସେ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଥିଲେ।
ଦରମା ବ୍ୟତୀତ ମୁକେଶ ଅମ୍ବାନୀ ଗତ ୨ ବର୍ଷ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ପଦରେ ଥାଇ ମଧ୍ୟ କୌଣସି ଭତ୍ତା, କମିଶନ କିମ୍ପା ଷ୍ଟକ ବିକଳ୍ପ ନେଇ ନାହାଁନ୍ତି।
ସୂଚନାଯୋଗ୍ୟ, ୨୦୦୮-୦୯ ପରଠାରୁ ମୁକେଶ ଅମ୍ବାନୀ ତାଙ୍କ ଦରମାକୁ ୧୫ କୋଟି ଟଙ୍କାରେ ସୀମିତ ସ୍ଥିର କରିଛନ୍ତି। ଗତ ୧୧ ବର୍ଷ ମଧ୍ୟରେ ତାଙ୍କ ଦରମାରେ କୌଣସି ବୃଦ୍ଧି ହୋଇନାହିଁ।

Share