ନୂଆଦିଲ୍ଲୀ: ବ୍ରିଟିଶ କମ୍ପାନୀ ବୁଟ୍ସ କାରବାର ପାଇଁ ପ୍ରାୟ ୬୫,୮୬୫ କୋଟି ଟଙ୍କା (୮.୫ ବିଲିୟନ ଡଲାର)ର ମୂଲ୍ୟ ରଖାଯାଇଛି। ଏହି ଡିଲ୍ ଦୁନିଆର ସବୁଠୁ ବଡ଼ ବ୍ୟବସାୟ ହେବାକୁ ଯାଉଛି। ଏହି କାରଣରୁ ମୁକେଶ ଅମ୍ବାନୀଙ୍କ ପରି ଅନେକ ଭେଟେରାନ ଶିଳ୍ପପତି ଏହି କାରବାରକୁ ସେମାନଙ୍କ ହାତରୁ ଛାଡ଼ିବାକୁ ଚାହୁଁନାହାନ୍ତି। କିନ୍ତୁ ମୁକେଶ ଅମ୍ବାନୀଙ୍କ ପାଇଁ ଦୁଇ ଭାଇ ବାଧା ସୃଷ୍ଟି କରୁଛନ୍ତି।
ବ୍ରିଟେନର ଔଷଧ ଖୁଚୁରା ଚେନ୍ ବୁଟ (ବୁଟ୍ସ ଡ୍ରଗ୍ସ ଷ୍ଟୋର୍) ଅଧିଗ୍ରହଣ ପାଇଁ ଅନ୍ତିମ ଟେଣ୍ଡର ତାରିଖ ଆସନ୍ତା ସପ୍ତାହରେ ରହିଛି। ଏହାର ଖୁଚୁରା ବ୍ୟବସାୟ ବୃଦ୍ଧି ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହି ଚୁକ୍ତିରୁ ବଞ୍ଚିତ ହେବାକୁ ଚାହୁଁନାହିଁ। ଏଥିପାଇଁ ସେ ଆପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ଫାର୍ମ କିଣିଥିଲେ। କିନ୍ତୁ ମୁକେଶ ଅମ୍ବାନୀଙ୍କ ପାଇଁ ଦୁଇ ବ୍ରିଟିଶ ବିଲିୟନେୟାର ଇଶା ବ୍ରୋସ ପ୍ରତିବନ୍ଧକ ପାଲଟିଛନ୍ତି। ଇଶା ବ୍ରୋସ ମଧ୍ୟ ଏହି ଡିଲକୁ ତାଙ୍କ ହାତରୁ ଖସିଯିବାକୁ ଚାହୁଁନାହାନ୍ତି।
ଇଶା ବ୍ରୋସ ଏହି ଡିଲ ପାଇଁ ପ୍ରଥମ ରାଉଣ୍ଡ ବିଡିଂରେ ସର୍ବାଧିକ ବିଡ୍ ଦାଖଲ କରିଛନ୍ତି। ମୋହସିନ ଇଶା ଏବଂ ଜୁବର୍ ଇଶା ବର୍ତ୍ତମାନ ୟୁରୋ ଗ୍ୟାରେଜ ନାମକ ଏକ କମ୍ପାନୀ ଚଳାଉଛନ୍ତି, ଯାହା ୟୁରୋପର ସବୁଠାରୁ ବଡ଼ ପେଟ୍ରୋଲ ପମ୍ପ କମ୍ପାନୀ ଅଟେ। ବୁଟ୍ସ ହାସଲ କରି ଏକ ବଡ଼ ବ୍ୟବସାୟ ଗଠନ ପାଇଁ ଉଭୟ ଭାଇ ପ୍ରସ୍ତୁତ ହେଉଛନ୍ତି। ଯିଏକି ଅମ୍ବାନୀଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି।