ରାମ ଚରଣଙ୍କ ଝିଅକୁ ସୁନାର ଝୁଲଣା ଉପହାର ଦେଲେ ମୁକେଶ ଅମ୍ବାନୀ!

ମୁମ୍ବାଇ: ଏବେ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା। ଜୁନ ୨୦ରେ ରାମ ଚରଣ ଏବଂ ଉପାସନାଙ୍କ କୋଳ ମଣ୍ଡନ କରିଥିଲେ ଏକ କନ୍ୟା ସନ୍ତାନ। ଫ୍ୟାନ୍ସ, ଫ୍ୟାମିଲି ଓ ଫ୍ରେଣ୍ଡସଙ୍କ ପକ୍ଷରୁ ଶିଶୁ କନ୍ୟାକୁ ଗ୍ରାଣ୍ଡ ଓ୍ବେଲକମ କରାଯାଇଥିଲା। ଜୁନ ୩୦ରେ ଅନୁଷ୍ଠିତ ହୋଇଛି ଏହି ସାଉଥ ସୁପରଷ୍ଟାରଙ୍କ ଝିଅର ନାମକରଣ ସମାରୋହ। ଏହି ଉତ୍ସବରେ ଅନେକେ ଅତିଥି ଯୋଗ ଦେଇଥିବା ବେଳେ ଅମ୍ବାନୀ ପରିବାର ରାମ ଚରଣ ଏବଂ ଉପସାନାଙ୍କ ଝିଅ କଲିନ କାରାଙ୍କୁ ଏକ ମହଙ୍ଗା ଉପହାର ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି।
ପିଙ୍କ ଭିଲାର ଖବର ଅନୁଯାୟୀ, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ରାମ ଚରଣ ଓ ଉପାସନାଙ୍କ ଝିଅଙ୍କୁ ଏକ ସୁନାର ଝୁଲଣା ଉପହାର ଦେଇଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ ଏହାର ଦାମ କୋଟିଏ ଟଙ୍କାରୁ ଅଧିକ ହୋଇପାରେ। ହେଲେ ଅଫିସିୟାଲି ଏହାର କୌଣସି ଘୋଷଣା ଏବେ ପର୍ଯ୍ୟନ୍ତ କରାଯାଇନାହିଁ।

Share