ଚମତ୍କାର କଲା ମୁକେଶ ଅମ୍ବାନିଙ୍କ କମ୍ପାନୀ, ୫ ଦିନରେ ନିବେଶକ କମାଇଲେ ୫୦,୦୦୦ କୋଟି

ମୁମ୍ବାଇ,୨୪।୧୨: ଶେୟାର ବଜାରରେ ଗତ ସପ୍ତାହରେ ହ୍ରାସ-ବୃଦ୍ଧି ଲଗାତାର ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଶ୍ରେଷ୍ଠ -୧୦ ଟି କମ୍ପାନୀର ସାତୋଟି ମାର୍କେଟ କ୍ୟାପ୍ ହ୍ରାସ ପାଇଥିବାବେଳେ ତିନୋଟି କମ୍ପାନୀ ସେମାନଙ୍କ ନିବେଶକଙ୍କ ପାଇଁ ବିପୁଳ ଲାଭ କରିଥିଲେ। ଏହି ତାଲିକାରେ ଶେୟାର ଧାରକ ମାନଙ୍କୁ ଲାଭ ଯୋଗାଇବାରେ ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରଥମରେ ରହିଛି।

ଦେଶର ବହୁମୂଲ୍ୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିବେଶକମାନେ ଗତ ସପ୍ତାହର ପାଞ୍ଚଟି କାରବାର ଦିନରେ ପ୍ରାୟ ୫୦,୦୦୦ କୋଟି ଟଙ୍କା ରୋଜଗାର କରିଛନ୍ତି। ପିଟିଆଇ ଅନୁଯାୟୀ, ଏହି ସମୟ ମଧ୍ୟରେ ରିଲାଏନ୍ସର ଶେୟାର (ରିଲାଏନ୍ସ ମିଡ କ୍ୟାପ) ୪୭,୦୨୧.୫୯ କୋଟି ଟଙ୍କା ବୃଦ୍ଧି ପାଇଛି। ଏହା ପରେ କମ୍ପାନୀର ମୂଲ୍ୟ ମଧ୍ୟ ୧୭,୩୫,୧୯୪.୮୫ କୋଟି ସ୍ତରକୁ ବୃଦ୍ଧି ପାଇଛି। ଏହି ଦୃଷ୍ଟିରୁ ମୁକେଶ ଅମ୍ବାନୀଙ୍କ କମ୍ପାନୀ ମୂଲ୍ୟ ନମ୍ବର -୧ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ୟତୀତ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (ଏଚୟୁଏଲ) ଏବଂ ବୃହତ୍ତମ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚଡ଼ିଏଫସି ବ୍ୟାଙ୍କ ଶେୟାର ମଧ୍ୟ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍‌

ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ...

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି… 

ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ...

ଆଇଡିବିଆଇର ଆର୍ଥିକ ଫଳାଫଳ

ନୂଆଦିଲ୍ଲୀ,୨୬।୧୦: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ ଚଳିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍‌.ଇନ୍‌ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍‌ ବଷ୍ଟର ମନୋରଞ୍ଜନ ଏବଂ...

ରିଲାଏନ୍ସ ଡିଜିଟାଲରେ ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୨୬।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ସ ମହୋତ୍ସବ ପାଳନ କରାଯାଉଛି। ଏପରିକି ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ...

ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ ‘ରୌନକ ୱାଲି ଦିୱାଲି’ର ଶୁଭାରମ୍ଭ...

ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି

ମୁମ୍ବାଇ,୨୬।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଥିଲାବେଳେ ପୁଞ୍ଜିବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ କାରବାର କରୁଛନ୍ତି। ଏପରିକି ଚଳିତ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri