୨୦ କୋଟି ଦେଲ ନାହିଁ, ଏବେ ୨୦୦ କୋଟି ନ ଦେଲେ ଗୁଳି ମାରିଦେବୁ; ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ…

ମୁମ୍ବାଇ,୨୯।୧୦: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀଙ୍କୁ ଇମେଲ ଜରିଆରେ ଶନିବାର ପୁଣି ଥରେ ହତ୍ୟା ଧମକ ମିଳିଛି। ୨୦୦ କୋଟି ନ ଦେଲେ ତାଙ୍କୁ ଗୁଳି ମାରି ଦିଆଯିବ ବୋଲି ଧମକରେ କୁହାଯାଇଛି। ତେବେ ପୂର୍ବରୁ ଏଭଳି ଏକ ଇମେଲ ମିଳିଥିବା ବେଳେ ତାର ଜବାବ ନଦେବାରୁ ଇମେଲ ପ୍ରେରକଜଣଙ୍କ ନିଜ ଦାବିକୁ ୨୦ କୋଟିରୁ ବଢ଼ାଇ ୨୦୦ କୋଟି କରିଦେଇଛନ୍ତି। ମୁମ୍ବାଇ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତକୁ ଜୋରଦାର କରିଛି।

ପୋଲିସ ଇମେଲ ପଠାଇଥିବା ଆଇପି ଆଡ୍ରେସର ଠିକଣା ପାଇଛି। ଏହା ବେଲଜିୟମର ବୋଲି ଜଣାପଡ଼ିଛି। ହେଲେ ବ୍ୟକ୍ତି ଭର୍ଚୁଆଲ ପ୍ରାଇଭେଟ ନମ୍ବର(ଭିପିଏନ୍‌) ଯୋଗେ ଇମେଲ ପଠାଇଛନ୍ତି। ଏହାଦ୍ୱାରା ଆଇପି ଆଡ୍ରେସର ସଠିକ ଲୋକେସନ ମିଳିପାରି ନ ଥାଏ ବୋଲି ପୋଲିସ କହିଛି।

ପ୍ରକାଶ ଯେ, ଅମ୍ବାନୀଙ୍କୁ ପ୍ରଥମେ ଶୁକ୍ରବାର ଇମେଲ ଜରିଆରେ ହତ୍ୟା ଧମକ ମିଳିଥିଲା। ଯେଉଁଥିରେ ୨୦ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା। ଏବେ ପୁଣି ସେହି ବ୍ୟକ୍ତି ପୁଣି ଏକ ଇମେଲ ପଠାଇବା ପରେ ଚିନ୍ତା ବଢ଼ିଛି।

Share