Categories: ବାଣିଜ୍ୟ

ହେବାକୁ ଥିବା ବୋହୂ ରାଧିକାଙ୍କୁ ଏତିକି କୋଟି ଟଙ୍କାର କାର୍‌ ଗିଫ୍ଟ କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୨୨।୨: ଦେଶର ସବୁଠାରୁ ଧନୀ ବିଲିୟନେୟାର ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ବିବାହକୁ ନେଇ ଦେଶରେ ବଡ ଆଲୋଚନା ଚାଲିଛି। ବିବାହ ପୂର୍ବରୁ ଅମ୍ବାନୀ ପରିବାରର ଭବିଷ୍ୟତର ବୋହୂ ରାଧିକା ମର୍ଚାଣ୍ଟ ଏଭଳି ଉପହାର ଗ୍ରହଣ କରିଛନ୍ତି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ନୁହେଁ ବରଂ କୋଟି ଟଙ୍କା।

ନିକଟରେ ରାଧିକା ମର୍ଚାଣ୍ଟଙ୍କ ବିଷୟରେ ଖବର ଆସିଛି ଯେ ସେ ତାଙ୍କ ଭବିଷ୍ୟତର ଶାଶୁ ନୀତା ଏବଂ ମୁକେଶ ଅମ୍ବାନୀଙ୍କଠାରୁ ବଡ଼ ଉପହାର ଗ୍ରହଣ କରିଛନ୍ତି । ଅମ୍ବାନୀ ପରିବାରର ନୂତନ ସଦସ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଠାରୁ ୪.୫ କୋଟି ଟଙ୍କା ମୂଲ୍ୟର କାର୍‌ ପାଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ରାଧିକାଙ୍କୁ ଏକ ହୀରା ହାର ମଧ୍ୟ ମିଳିଛି।

ମୁକେଶ ଅମ୍ବାନୀ ଅନନ୍ତ ଏବଂ ରାଧିକାଙ୍କୁ ଏକ ସୁନ୍ଦର ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟିସି ସ୍ପିଡ ଉପହାର ଦେଇଛନ୍ତି। ଦେଶରେ କେବଳ କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କ ପାଖରେ ଏହି କାର୍‌ ଅଛି। ସେମାନଙ୍କ ମଧ୍ୟରୁ ବିରାଟ କୋହଲି, ଆମୀର ଖାନ, ଅଭିଷେକ ବଚ୍ଚନଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ପାଖେ ଏହି କାର୍‌ ରହିଛି। ଏହା ଏକ ବ୍ରିଟିଶ ନିର୍ମିତ ଯାନ ଏବଂ ଏହାର ମୂଲ୍ୟ ୪.୫ କୋଟି ଟଙ୍କା।

Share