ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ ଅଧ୍ୟବୀତ ପରିବାର ପରି ଜୀବନ ବିତାଉଥିବାକୁ ନେଇ ବେଶ୍ ଜଣାଶୁଣା। ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ନିଜେ ଏକ ସାକ୍ଷାତକାରରେ ଏହା କହିଥିଲେ।
ମୁକେଶ ଏବଂ ନୀତାଙ୍କର ୨ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଆକାଶ, ଈଶା ଏବଂ ଅନନ୍ତ। ଯେତେବେଳେ ପିଲାମାନେ ଛୋଟ ଥିଲେ ପ୍ରତି ଶୁକ୍ରବାର ନୀତା ସେମାନଙ୍କୁ ୫ ଟଙ୍କା ଲେଖାଏ ପକେଟ୍ ମନି ଦେଉଥିଲେ। ଏହି ଟଙ୍କାକୁ ପିଲାମାନେ ନିଜ ସ୍କୁଲ କ୍ୟାଣ୍ଟିନରେ ଖର୍ଚ୍ଚ କରୁଥିଲେ। ଦିନେ ସାନ ପୁଅ ଅନନ୍ତ ୫ଟଙ୍କା ପରିବର୍ତ୍ତେ ୧୦ ଟଙ୍କା ଦେବାକୁ ମା’ଙ୍କୁ କହିଥିଲେ। ଏହାର କାରଣ ପଚାରିବାରୁ ସେ କହିଥିଲେ, ୫ ଟଙ୍କା ଦେଖି ସ୍କୁଲରେ ତାଙ୍କ ସାଙ୍ଗମାନେ ହସୁଛନ୍ତି। କହୁଛନ୍ତି ଅମ୍ବାନୀ ନା ଭିକାରୀ। ଏହି କଥା ଶୁଣି ନୀତା ଏବଂ ମୁକେଶ ବହୁତ ହସୁଥିଲେ ବୋଲି ଏକ ସାକ୍ଷାତକାରରେ ନୀତା ଏହା କହିଥିଲେ।