Categories: ଫୁରସତ

ଏହି ଭାରତୀୟ କୋଟିପତିଙ୍କ ପାଖରେ ରହିଛି ବିଦେଶରେ ସବୁଠୁ ମହଙ୍ଗା ଘର, ଅମ୍ବାନୀ ବି ରହିଗଲେ ପଛରେ…

ଭାରତର ଅଧିକାଂଶ କୋଟିପତି ଅନ୍ୟ ଦେଶରେ ଘର କିଣିବାକୁ ପସନ୍ଦ କରନ୍ତି। ଲଣ୍ଡନ, ଦୁବାଇ, ସିଙ୍ଗାପୁର ଆଦି ସ୍ଥାନରେ ସେମାନଙ୍କର ମହଙ୍ଗା ଘର ରହିଛି। ତେବେ ସ୍ବିଜରଲ୍ୟାଣ୍ଡରେ ପଙ୍କଜ ଓସଓ୍ବାଲଙ୍କ ଭିଲା ଦୁନିଆର ସବୁଠୁ ମହଙ୍ଗା ଘର ମଧ୍ୟରୁ ଗୋଟିଏ। ସେ ୧୬୪୯ କୋଟି ଟଙ୍କାରେ ଏହାକୁ କିଣିଥିଲେ। ଏସ୍ସାର ଗ୍ରୁପର ମାଳିକ ରବି ରୁଇୟା ମଧ୍ୟ ନିକଟରେ ୧୨୦୦ କୋଟି ମୂଲ୍ୟରେ ଲଣ୍ଡନ୍‌ରେ ଘର କିଣିଛନ୍ତି। ଲକ୍ଷ୍ମୀ ମିତ୍ତଲ ମଧ୍ୟ ପୁଅ ଆଦିତ୍ୟଙ୍କ ପାଇଁ ଲଣ୍ଡନର କେସିଙ୍ଗଟନ୍‌ ପ୍ୟାଲେସ୍‌ ଗାର୍ଡେନରେ ୧୨୩୫ କୋଟି ମୂଲ୍ୟର ଘର କିଣିଛନ୍ତି। ତେବେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପାଖରେ ୫୯୨ କୋଟି ମୂଲ୍ୟର ଏକ ବିଳାସମୟ ବଙ୍ଗଳା, ଷ୍ଟକ୍‌ ପାର୍କ ଲଣ୍ଡନରେ ରହିଛି।

Share