ନୂଆଦିଲ୍ଲୀ,୩।୧: ଦେଶର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଏଲ୍)ର ମାଲିକ ମୁକେଶ ଅମ୍ବାନୀ ଦ୍ୱିତୀୟ ଥର ପାଇଁ ଏସିଆ ମହାଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିର ଗୌରବ ହାସଲ କରିଛନ୍ତି। ଗତ ଦୁଇ ଦିନ ପୂର୍ବରୁ ଚାଇନାର ୱାଟର କିଙ୍ଗ୍ କୁହାଯାଉଥିବା ଶିଳ୍ପପତି ଜୋଙ୍ଗ୍ ଶାନ୍ଶାନ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ, କିନ୍ତୁ ବର୍ତ୍ତମାନ ଜୋଙ୍ଗ୍ ଦୁନିଆର ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ଓହରିଯାଇଛନ୍ତି। ଫୋର୍ବସ ରିଅଲ୍ ଟାଇମ୍ ଭିଲେନର୍ସ ଇଣ୍ଡେକ୍ସ ଅନୁଯାୟୀ ମୁକେଶ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୯ତମ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ମୁକେଶଙ୍କ ସମ୍ପତ୍ତି ୭୬.୮ ବିଲିୟନ ଡଲାର ରହିଛି। ଫଳରେ ଚାଇନାର ସବୁଠାରୁ ଧନୀ ବ୍ୟକ୍ତି ଏହି ତାଲିକାରେ ୧୪ ତମ ସ୍ଥାନ ତଳକୁ ଖସିଯାଇଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ୭୧.୬ ବିଲିୟନ ଡଲାର ରହିଛି।