ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ ସମାନ କାମ କରୁଥିବା ନଜର ଆସିପାରନ୍ତି। କହିବାର ତାତ୍ପର୍ଯ୍ୟ ତାଙ୍କ କମ୍ପାନୀ ରିଲାଏନ୍ସ ରିଟେଲର ଷ୍ଟୋରଗୁଡ଼ିକରେ ଆପଣଙ୍କୁ ଶସ୍ତାରେ ଶସ୍ୟ, ଡାଲି, ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିପାରେ।
ବର୍ତ୍ତମାନ ସମୟରେ ମୁକେଶ ଅମ୍ବାନୀ ଦେଶର ‘ରିଟେଲ କିଙ୍ଗ’ ପାଲଟିଛନ୍ତି। କେବଳ ସ୍ମାର୍ଟ  ମାର୍କେଟ, ଜିଓ ଷ୍ଟୋର, ଜିଓ ମାର୍ଟରେ ନୁହେଁ ବରଂ ଫ୍ୟାଶନ, ଖେଳନା, ଅଳଙ୍କାର ଭଳି ଖୁଚୁରା କ୍ଷେତ୍ରରେ ମଧ୍ୟ ତାଙ୍କର କମ୍ପାନୀର ଦବ୍‌ଦବା ରହିଛି। ବର୍ତ୍ତମାନ ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ସରକାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏହି ଖୁଚୁରା ନେଟୱାର୍କ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି।
ରିଲାଏନ୍ସ ରିଟେଲ ଏବଂ ଭାରତ ସରକାରଙ୍କ ମଧ୍ୟରେ ‘ଭାରତ ବ୍ରାଣ୍ଡ’ ମଇଦା, ଡାଲି ଏବଂ ଚାଉଳ ବିକ୍ରି ସମ୍ପର୍କରେ ଆଲୋଚନା ଏକ ଉନ୍ନତ ପର୍ଯ୍ୟାୟରେ ପହଞ୍ଚିଛି। ଖବର ଅନୁଯାୟୀ, ରିଲାଏନ୍ସ ରିଟେଲ ନେଟୱାର୍କ ଜରିଆରେ ଶସ୍ତା ମୂଲ୍ୟରେ ଉପଲବ୍ଧ ’ଭାରତ’ ବ୍ରାଣ୍ଡର ମଇଦା, ଡାଲି ଏବଂ ଚାଉଳ ବିକ୍ରି କରିବାକୁ ସରକାର ଚାହୁଁଛନ୍ତି।
ଦେଶର ପ୍ରତ୍ୟେକ ରାଜ୍ୟକୁ ଶସ୍ତା ରାସନ ଯୋଗାଇ ସରକାର ମୁଦ୍ରାସ୍ଫୀତିର ମୁକାବିଲା କରିବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ମୁକେଶ ଅମ୍ବାନୀ ମଧ୍ୟ ଏଥିରୁ ଉପକୃତ ହେବେ ଏବଂ ସେ ତାଙ୍କ ଖୁଚୁରା ନେଟୱାର୍କକୁ ଦେଶର  କୋଣ ଅନୁକୋଣକୁ ବିସ୍ତାର କରିପାରିବେ।
ନିକଟ ଅତୀତରେ ମଇଦା, ଡାଲି ଏବଂ ଚାଉଳ ଭଳି ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇବା ପରେ ସରକାର ’ଭାରତ’ ବ୍ରାଣ୍ଡ ଆରମ୍ଭ କରିଥିଲେ। ଏଥିରେ ଲୋକମାନେ ସବ୍‌ସିଡି ହାରରେ ମଇଦା, ଡାଲି ଏବଂ ଚାଉଳ ପାଆନ୍ତି। ଏହା ୨୦୨୩ ରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସରକାର ମୁଖ୍ୟତଃ NAFED, NCCF, କେନ୍ଦ୍ରିୟ ଭଣ୍ଡାର ଏବଂ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ଏହି ବ୍ରାଣ୍ଡର ସାମଗ୍ରୀ ବିକ୍ରି କରୁଛନ୍ତି।
‘ଭାରତ’ ବ୍ରାଣ୍ଡର ଶସ୍ତା ଦ୍ରବ୍ୟର ଲାଭ ସେହି ଲୋକଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ଦାରିଦ୍ର ସୀମାରେଖା ତଳେ ଆସନ୍ତି ନାହିଁ। ଯେଉଁମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଇବାକୁ ଯୋଗ୍ୟ ନୁହନ୍ତି। ଏହିଭଳି ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏହାର ଲାଭ ଉଠାଉଛନ୍ତି।
ଏହି ବ୍ରାଣ୍ଡ ଅଧୀନରେ ଲୋକମାନେ ଚାଉଳ କିଲୋଗ୍ରାମ ପିଛା ୨୯ ଟଙ୍କା, ଅଟା ୨୭.୫୦ ଟଙ୍କା ଏବଂ ଡାଲି ୬୦ କିଲୋଗ୍ରାମରେ ଚାଉଳ ପାଆନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରାଜି ଥିଲେ ଘର ଲୋକେ, ପଡ଼ିଥାନ୍ତା ହାତଗଣ୍ଠି…ହେଲେ ହଳଦୀ ଉତ୍ସବ ଦିନ କାହିଁକି ପଙ୍ଖାରେ ଝୁଲି ପଡ଼ିଲେ ବରକନ୍ୟା?

ଲକ୍ଷ୍ନୌ,୨୨।୧୧: ୩ ବର୍ଷର ପ୍ରେମସମ୍ପର୍କ। ପରିବାର ଲୋକେ ରାଜି ହେବା ପରେ ବିବାହର ଦିନ ସ୍ଥିର ହୋଇଥିଲା। ଆଉ ଦି ଦିନ ପରେ ପଡ଼ିଥିଲା ହାତଗଣ୍ଠି।...

ବିଶେଷଜ୍ଞଙ୍କ ବଡ଼ ଆକଳନ, ମହାରାଷ୍ଟ୍ରରେ ଏହି ଦଳ କରିବ ରାଜ୍‌!

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପ୍ରତିଷ୍ଠାତା ୟଶୱନ୍ତ ଦେଶମୁଖ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ବା ମହାୟୁତି...

ଏଥର ମହାରାଷ୍ଟ୍ର ଉଡାଇବ ହୋସ୍‌, ଜଣାପଡିଲା ଅସଲ ଖେଳ!

ନୂଆଦିଲ୍ଲୀ,୨୨।୧୧: ରାତି ପାହିଲେ ମହାରାଷ୍ଟ୍ର-ଝାଡଖଣ୍ଡର ଆସିବ ରେଜଲ୍ଟ। ଏନେଇ ଏବେଠାରୁ ନେତାଙ୍କ ଛାତି ଧକ୍‌ ଧକ୍‌ ହେଲାଣି। ସେପଟେ ନୂଆ ନୂଆ ଆସିଥିବା ଏକଜିଟ୍‌ ପୋଲ୍‌...

ମଣିପୁରରେ ହିଂସା ମଧ୍ୟରେ ବଡ଼ ଖୁଲାସା: ୧୫ ରୁ ୨୦ ବର୍ଷର ଯୁବତୀଙ୍କୁ ଦିଆଯାଉଛି ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ 

ଇମ୍ଫାଲ,୨୨।୧୧: ପୁଣି ଥରେ ହିଂସାର ନିଆଁରେ ଜଳୁଛି ମଣିପୁର। ନିକଟରେ ମେଟେଇ ସମ୍ପ୍ରଦାୟର ମହିଳା ଏବଂ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ଆରମ୍ଭ...

ରେଜଲ୍ଟ ପୂର୍ବରୁ ଝାଡଖଣ୍ଡରେ ହୋଇଗଲା ଭିତିରିଆ ଖେଳ!

ରାଞ୍ଚି,୨୨।୧୧: ଆଜି ରାତି ପାହିଲେ ଝାଡଖଣ୍ଡ-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରକାଶ ପାଇବ। ରାଜ୍ୟରେ ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଠାରେ ଭାଜପା...

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ...

ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ...

ଆମେ ଦିଲ୍ଲୀ ସରକାରଙ୍କ ଜବାବରେ ସନ୍ତୁଷ୍ଟ ନାହୁଁ: ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଦେଶର ରାଜଧାନୀ ପ୍ରଦୂଷିତ ହେବାରେ ଲାଗିଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri