Categories: ଜାତୀୟ

ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରୁଛନ୍ତି ମୁକେଶ ଅମ୍ବାନୀଙ୍କ ଭାଣେଜୀ

ନୂଆଦିଲ୍ଲୀ,୧୨।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ମାଲିକ ମୁକେଶ ଅମ୍ବାନୀଙ୍କ ଭାଣେଜୀ ଇଶିତା ସାଲଗାଓକର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ମୁକେଶଙ୍କ ଭଉଣୀ ଦୀପ୍ତି ସାଲଗାଓକର ଏବଂ ଦତ୍ତରାଜ ସାଲଗାଓକରଙ୍କ ଝିଅ ଇଶିତା ଅତୁଲ୍ୟ ମିତ୍ତଲଙ୍କ ହାତ ଧରିବେ। ଏବେ ଉଭୟଙ୍କ ପ୍ରି-ଓ୍ବେଡିଂ ଉତ୍ସବ ଆରମ୍ଭ ହୋଇଛି। ନିକଟରେ ସେମାନଙ୍କ ପାଇଁ ଏକ କକ୍‌ଟେଲ ପାର୍ଟିର ଆୟୋଜନ କରାଯାଇଥିଲା। ଏହାର କିଛି ଫଟୋ ମୁକେଶଙ୍କ ଝିଅ ଈଶା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋଗୁଡ଼ିକ ବେଶ ଭାଇରାଲ ହେଉଛି। ତେବେ ପୂର୍ବରୁ ଇଶିତା ଅଳଙ୍କାର ଡିଜାଇନର୍‌ ନିରବ ମୋଦୀଙ୍କ ସାନ ଭାଇ ନୀଶଲ ମୋଦୀଙ୍କୁ ବିବାହ କରିଥିଲେ।

Share