Categories: ଜାତୀୟ

ବଦ୍ରିନାଥ ପହଞ୍ଚିଲେ ମୁକେଶ ଅମ୍ବାନୀ: ପୂଜାପାଠ ପରେ ଦାନ କଲେ ୫ କୋଟି

ଡେରାଡୁନ, ୧୩।୧୦: ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡିଷ୍ଟ୍ରି ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଭଗବାନ ବଦ୍ରି ବିଶାଳଙ୍କ ବିଶେଷ ଦର୍ଶନ ପାଇଁ ଗୁରୁବାର ବଦ୍ରିନାଥ ଧାମରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ମନ୍ଦିର ସମିତିର ଉପାଧ୍ୟକ୍ଷ କିଶୋର ପାଓ୍ବାର ଓ ମନ୍ଦିର ସମିତିର କର୍ମଚାରୀମାନେ ମୁକେଶ ଅମ୍ବାନୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ସେ ବଦ୍ରି ବିଶାଳଙ୍କ ପୂଜାର୍ଚ୍ଚନା କରି ଦେଶବାସୀଙ୍କ ଖୁସି ଓ ସମୃଦ୍ଧି ପାଇଁ କାମନା କରିଥିଲେ। ଏହି ସମୟରେ ମୁକେଶ ମନ୍ଦିରର ସମିତିକୁ ୫କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏହାପରେ ସେ କେଦାରନାଥ ଧାମ ଗସ୍ତ କରିଥିଲେ। ସୂଚନାଯୋଗ୍ୟ, ଗୁରୁବାର ସକାଳ ୭ଟାରେ ସ୍ବତନ୍ତ୍ର ବିମାନରେ ମୁକେଶ ଅମ୍ବାନୀ ନିଜ ସହଯୋଗୀଙ୍କ ସହ ଉତ୍ତରାଖଣ୍ଡର ଡେରାଡୁନ ପହଞ୍ଚିଥିଲେ। ଏହାପରେ ସକାଳ ୮ଟାରେ ସେ ବଦ୍ରିନାଥରେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।

Share