Categories: ଜାତୀୟ

ମୋଦିଙ୍କୁ ପ୍ରଶଂସା କଲେ ମୁକେଶ ଅମ୍ବାନୀ: କହିଲେ ଭାରତ ଇତିହାସର ସଫଳ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୧ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଗୁଜରାଟର ରାଜଧାନୀ ଗାନ୍ଧିନଗରରେ ଅନୁଷ୍ଠିତ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ୨୦୨୪ ରେ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ଇତିହାସରେ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ଗୁଜରାଟୀ ହୋଇଥିବାରୁ ଗର୍ବ ଅନୁଭବ କରିଥିଲେ। ଅମ୍ବାନୀ କହିଛନ୍ତି ଯେତେବେଳେ ବିଦେଶୀମାନେ ନୂଆ ଭାରତ ବିଷୟରେ ଭାବନ୍ତି, ସେମାନେ ଗୁଜରାଟ ବିଷୟରେ ଭାବନ୍ତି।

ମୁକେଶ ଅମ୍ବାନୀ କହିଛନ୍ତି ରିଲାଏନ୍ସ ଏକ ଗୁଜରାଟୀ କମ୍ପାନୀ ଥିଲା । ରହିଛି ଏବଂ ରହିବ। ଗତ ୧୦ ବର୍ଷ ମଧ୍ୟରେ ସମଗ୍ର ଭାରତରେ ବିଶ୍ୱ ସ୍ତରୀୟ ସମ୍ପତ୍ତି ଏବଂ ସାମର୍ଥ୍ୟ ସୃଷ୍ଟି କରିବାରେ ରିଲାଏନ୍ସ ୧୫୦ବିଲିୟନ ଡଲାରରୁ ଅଧିକ ଅର୍ଥାତ ୧୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛି। କେବଳ ଗୁଜରାଟରେ ଏହି ବିନିଯୋଗର ଏକ ତୃତୀୟାଂଶରୁ ଅଧିକ। ଗୁଜରାଟକୁ ସବୁଜ ଅଭିବୃଦ୍ଧିରେ ବିଶ୍ୱ ଅଗ୍ରଣୀ କରିବାରେ ରିଲାଏନ୍ସ୍ର ଅବଦାନ ବିଷୟରେ ସେ କହିଥିଲେ।

ଅମ୍ବାନୀ କହିଛନ୍ତି ୨୦୪୭ ସୁଦ୍ଧା ଗୁଜରାଟର ଅର୍ଥନୀତିର ମୂଲ୍ୟ ୩ ଟ୍ରିଲିୟନ ଆମେରିକୀୟ ଡଲାର ହେବ ଏବଂ ସେତେବେଳକୁ ଭାରତକୁ ୩୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାକୁ କେହି ରୋକି ପାରିବେ ନାହିଁ। ସେ ଗୁଜରାଟକୁ ଆଧୁନିକ ଭାରତର ସମୃଦ୍ଧିର ଦ୍ୱାର ବୋଲି ବର୍ଣ୍ଣନା କରିଛନ୍ତି।

 

 

Share