Categories: ବାଣିଜ୍ୟ

ଭାଇ ଅନିଲଙ୍କ କମ୍ପାନୀ ଉପରେ ଥିଲା ମୁକେଶ ଅମ୍ବାନୀଙ୍କ ନଜର: ଏବେ କିଣିବା ପ୍ଲାନ୍‌କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୫।୧୨: ମୁକେଶ ଅମ୍ବାନୀଙ୍କ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଅନୀଲ ଅମ୍ବାନୀଙ୍କ ଇନ୍‌ଫ୍ରାଟେଲର ସମ୍ପତ୍ତିକୁ ଅଧିଗ୍ରହଣ କରିବାକୁ ଯାଉଛି। ଏଥିପାଇଁ ଜିଓକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି)ରୁ ରିଲାଏନ୍ସ ଇନ୍‌ଫ୍ରାଟେଲ୍‌ର ରିଜଲ୍ୟୁଶନ ପ୍ଲାନକୁ ମଞ୍ଜୁରି ମିଳିଛି।

ସାରା ଦେଶରେ ରିଲାଏନ୍ସ ଇନ୍‌ଫ୍ରାଟେଲର ୪୩,୦୦୦ ଟାଓ୍ବାର ରହିଛି। ଏଥିସହ ୧,୭୨,୦୦୦ କିମି ଫାଇବର ଲାଇନ୍‌ ରହିଛି। ଏବେ ଏହା ଜିଓ ଅଧିଗ୍ରହଣ କରିବ। ଏହାଦ୍ୱାରା ଉଧାରକାରୀ ପାଖାପାଖି ୪୦୦୦ କୋଟି ଟଙ୍କା ପରିଶୋଧ କରିପାରିବେ।

ପ୍ରକାଶ ଯେ, ଅନିଲ ଅମ୍ବାନୀ ସମୂହର ଅନ୍ୟ ଏକ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଣୁ କମ୍ପାନୀର ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ଅକ୍ଟୋବର୩୧ ପର୍ଯ୍ୟନ୍ତ କମ୍ପାନୀର ଋଣ ପ୍ରାୟ ୨୦,୦୦୦ କୋଟି ଟଙ୍କା ଥିଲା।

Share