Categories: ବାଣିଜ୍ୟ

ଅମ୍ବାନୀ କହିଲେ ‘୪ଜି-୫ଜି ନୁହେଁ, ଏହା ହେଉଛି ଦୁନିଆର ସବୁଠାରୁ ବଡ ‘ଜି’

ନୂଆଦିଲ୍ଲୀ,୨୩।୧୧: ବର୍ତ୍ତମାନର ସମୟ ୪ଜି ଏବଂ ୫ଜିର ସମୟ। ଆଜିର ଯୁବପିଢ଼ି ମଧ୍ୟ ଏହାକୁ ନେଇ ବେଶ ଉତ୍ସାହିତ। ହେଲେ ସେମାନଙ୍କୁ ମନେ ରଖିବା ଉଚିତ ଯେ ଦୁନିଆରେ ମାତା ଜି ଏବଂ ପିତା ଜିଙ୍କଠାରୁ କୌଣସି ଜି ବଡ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଏଲ୍‌)ର ମୁଖ୍ୟ ମୁକେଶ ଅମ୍ବାନୀ। ପିଲାମାନଙ୍କୁ ନିଜ ମା’ ଏବଂ ବାପାଙ୍କ ସଂଘର୍ଷ ଏବଂ ବଳିଦାନକୁ ଭୁଲିଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ପଣ୍ଡିତ ଦିନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ଅମ୍ବାନୀ ଯୋଗ ଦେଇ କହିଛନ୍ତି, ୨୦୪୭ ସୁଦ୍ଧା ଭାରତର ଅର୍ଥନୀତି ୧୩ଗୁଣ ବୃଦ୍ଧି ପାଇବ। ଏହା ୪୦ ହଜାର ବିଲିୟନ ଡଲାରରେ ପହଞ୍ଚିପାରିବ। ବର୍ତ୍ତମାନ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ଏବେ ଆମ ଦେଶ କେବଳ ଆମେରିକା, ଚାଇନା, ଜାପାନ ଏବଂ ଜର୍ମାନୀଠାରୁ ପଛରେ ରହିଛି ବୋଲି ସେ କହିଛନ୍ତି।

Share