Categories: ଜାତୀୟ

‘ମୁକେଶ ଭାଇ ଏହା କେବଳ ଟ୍ରେଲର୍‌, ସମସ୍ତ ପ୍ରସ୍ତୁତି ହୋଇସାରିଛି’

ମୁମ୍ବାଇ,୨୬।୨: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ସନ୍ଦେହଜନକ କାର ମିଳିବା ଘଟଣାରେ ୭ ଜଣଙ୍କୁ ପୋଲିସ ପଚରାଉଚରା କରିଛି। କେବଳ ଏତିକି ନୁହେଁ ମୁମ୍ବାଇ ପୋଲିସ ଆଣ୍ଟିଲିଆ ବାହାରେ ସୁରକ୍ଷାକୁ ଆହୁରି କଡାକଡି କରିଛି। ଏହି ସନ୍ଦେହଜନକ ଗାଡିରୁ ଏକ ଚିଠି ମଧ୍ୟ ମିଳିଛି ଯାହା ହାତରେ ଲେଖାଯାଇଛି। ଏହି ଚିଠିରେ ଧମକପୂର୍ଣ୍ଣ ବର୍ତ୍ତା ଦିଆଯାଇଛି। ମୁକେଶ ଭାଇ ଏହା କେବଳ ଟ୍ରେଲର୍‌, ସମସ୍ତ ପ୍ରସ୍ତୁତି ହୋଇସାରିଛି ବୋଲି ଲେଖାଯାଇଛି। ଏହି ଚିଠିକୁ ଏପରି ଭାବରେ ଲେଖାଯାଇଛି ଯେ ହସ୍ତଲିଖନର ବିଶେଷଜ୍ଞମାନେ ମଧ୍ୟ ଏହାକୁ ଚିହ୍ନି ପାରିବେ ନାହିଁ।
ସୂଚନାଯୋଗ୍ୟ, ଏହି ସନ୍ଦେହଜନକ କାରରେ ୨୦ଟି ବିସ୍ଫୋରକ ମିଳିଥିଲା ଏବଂ ଏହା ସହିତ କିଛି ଡକ୍ୟୁମେଣ୍ଟ ମଧ୍ୟ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ମହାରାଷ୍ଟ୍ର ପୋଲିସ ଏକ ଅଭିଯୋଗ ଆଣିଛି ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ପୋଲିସଠାରୁ ମିଳିଥିବା ଆଣ୍ଟିଲିଆ ବାହାରେ ମିଳିଥିବା ସନ୍ଦେହଜନକ ଗାଡି ସଂପର୍କରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

Share