Categories: ଜାତୀୟ

ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୫ା୪- କରୋନା ସହ ଲଢ଼େଇରେ ମହାରାଷ୍ଟ୍ରକୁ ଅକ୍ସିଜେନ ଦରକାର ଥିବାବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ରିଫାଇନାରିରୁ ଉତ୍ପାଦିତ ଅକ୍ସଜେନକୁ ମହାରାଷ୍ଟ୍ରକୁ ଯୋଗାଇ ଦେଇଛନ୍ତି।

ମହାରାଷ୍ଟ୍ରରେ ବିଶ୍ୱର ସବୁଠୁ ବଡ଼ ରିଫାଇନାରି କମ୍ପ୍ଲେକ୍ସ ଚଲାଉଥିବା ଅମ୍ବାନୀଙ୍କ ରିଲେଆନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଗୁଜରାଟର ଜାମନଗରରୁ ମାଗଣାରେ ମହାରାଷ୍ଟ୍ରକୁ ଯୋଗାଉଛି ଅକ୍ସଜେନ ସିଲିଣ୍ଡର। ରିଲେଆନ୍ସ ଏହି ରାଜ୍ୟକୁ ୧୦୦ ଟନ ଗ୍ୟାସ ଯୋଗାଇଦେବ ବୋଲି ସହରାଞ୍ଚଳ ବିକାଶ ମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି।

କୋଭିଡ୍‌-୧୯ର ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଅକ୍ସିଜେନ ଓ ହସ୍ପିଟାଲ ବେଡର ଅଭାବରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ସ୍ଥାନୀୟ ଗଣମାଧ୍ୟମର କିଛି ରିପୋର୍ଟରେ ଦର୍ଶା ଯାଇଥିଲା। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନାର ଉଗ୍ର ରୂପ ଦେଖିବାକୁ ମିଳିଛି। ସେଠାରେ ଅମ୍ବାନୀଙ୍କ ଘର ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଅଛି।

Share