Categories: ଫୁରସତ

ମ୍ୟାଡାମ ନୁହେଁ କି ମିସେସ ନୁହେଁ ନୀତାଙ୍କୁ ବଡ ଆଦରରେ ସମ୍ବୋଧନ କରନ୍ତି ତାଙ୍କ କର୍ମଚାରୀ

ମୁମ୍ବାଇ: ଦେଶର ଜଣାଶୁଣା ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ତଥା ବିଜନେସ ଓମେନ ନୀତା ଅମ୍ବାନୀଙ୍କ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ। ବିଶେଷ କରି ନୀତାଙ୍କ ସମ୍ପର୍କରେ ଜାଣିବାକୁ ଅନେକେ ଉତ୍ସୁକତାର ସହ ଅପେକ୍ଷା ରଖିଥାଆନ୍ତି। ଥରେ ଏକ ସାକ୍ଷାତକାରରେ ନୀତା ତାଙ୍କ କର୍ମଚାରୀଙ୍କୁ ନେଇ କିଛି କଥା ଖୋଲାଖୋଲି କଥା ହୋଇଥିଲେ। ତାଙ୍କ କର୍ମଚାରୀମାନେ ତାଙ୍କୁ କ’ଣ କହି ସମ୍ବୋଧନ କରନ୍ତି ତାହା ମଧ୍ୟ କହିଥିଲେ।
ଜଣେ ସାଧାରଣ ପରିବାରର ଝିଅ ଅମ୍ବାନୀ ପରିବାରର ବୋହୂ ହେବା ପର୍ଯ୍ୟନ୍ତ ସମସ୍ତ ଯାତ୍ରାକୁ ଅତିତରେ ବହୁବାର କହିଛନ୍ତି ନୀତା। ସେ ତାଙ୍କର ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ ଆଜି ଜଣେ ପ୍ରତିଷ୍ଠିତ ବିଜନେସ ଓମେନ ହୋଇ ପାରିଛନ୍ତି। ଲୋକେ ସବୁବେଳେ ଜାଣିବାକୁ ଚାହାଁନ୍ତି ଅମ୍ବାନୀ ପରିବାରର ଲାଇଫ ଷ୍ଟାଇଲ କ’ଣ। ତାଙ୍କ ରିତି ରିଓ୍ବାଜ କ’ଣ ଇତ୍ୟାଦି। ଯେଉଁ ନୀତା ଅମ୍ବାନୀଙ୍କ ନାମ ସବୁଠି ବଡ ସମ୍ମାନର ସହ ନିଆ ଯାଇଥାଏ, ତାଙ୍କୁ କିନ୍ତୁ ତାଙ୍କ କର୍ମଚାରୀମାନେ ବଡ ଆଦରରେ ସମ୍ବୋଧନ କରିଥାଆନ୍ତି। ଇଦିଭାକୁ ଦେଇଥିବା ଏକ ସାକ୍ଷାତକାରରେ ନୀତା କହିଥିଲେ କି ତାଙ୍କ କର୍ମଚାରୀମାନେ ତାଙ୍କୁ ମ୍ୟାଡାମ ଅବା ମିସେସ ଅମ୍ବାନୀ ନୁହେଁ ବରଂ ଭାବି ବୋଲି ସମ୍ବୋଧନ କରି ଡାକିଥାଆନ୍ତି। ଏକଥା ହୁଏତ ଅନେକଙ୍କୁ ଜଣା ନ ଥିବ।

Share