୨୦ କୋଟି ନ ଦେଲେ କରିବୁ ହତ୍ୟା: ମୁକେଶ ଅମ୍ବାନୀଙ୍କୁ ଆସିଲା ଏଭଳି ଧମକ

ମୁମ୍ବାଇ,୨୮।୧୦: ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ ମିଳିଛି। ଅମ୍ବାନୀଙ୍କୁ ତାଙ୍କ ଅଫିସିଆଲ ଇମେଲ ଆଇଡିରେ ଧମକ ଦିଆଯାଇଛି। ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରାଯାଇଛି। ଏହି ମେଲ ୨୭ ଅକ୍ଟୋବରରେ ପଠାଯାଇଥିଲା। ମୁକେଶ ଅମ୍ବାନୀଙ୍କ ସିକ୍ୟୁରିଟି ଇନଚାର୍ଜ ମୁମ୍ବାଇର ଗାଓଁଦେବୀ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଛି। କିଏ ଏହି ଧମକ ଦେଉଛନ୍ତି ତାହା ଯାଞ୍ଚ କରାଯାଉଛି। ଧମକପୂର୍ଣ୍ଣ ଇମେଲରେ ଏହା ଲେଖାଥିଲା ଯେ ଯଦି ତୁମେ ଆମକୁ ୨୦ କୋଟି ଟଙ୍କା ନ ଦିଅ, ଆମେ ତୁମକୁ ମାରିଦେବୁ, ଆମର ଭାରତରେ ସର୍ବୋତ୍ତମ ଶୁଟର ଅଛନ୍ତି। ଏହି ଇମେଲ ପାଇବା ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା ୩୮୭ ଏବଂ ୫୦୬ (୨) ଅନୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ...

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ...

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ...

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri