ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି

ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମୁକେଶ ଏଭଳି କହିଛନ୍ତି। ଦେଶର ୩୦ କୋଟି ୨-ଜି ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ୍‌ ସୁବିଧା ଉପଲବ୍ଧ କରାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ଦ୍ୱାରା ଏହି ଉପଭୋକ୍ତାମାନେ ଡିଜିଟାଲୀକରଣର ସୁବିଧା ସହଜରେ ହାସଲ କରିପାରିବେ। ସମ୍ପ୍ରତି ଭାରତ ନୂତନ ଜ୍ଞାନକୌଶଳ ଆଧାରରେ ଡିଜିଟାଲ କ୍ଷେତ୍ରରେ ବେଶ୍‌ ଅଗ୍ରଗତି କରୁଥିବା ମୁକେଶ କହିଛନ୍ତି। ସେମି କଣ୍ଡକ୍ଟର ପ୍ରସ୍ତୁତି ପାଇଁ ମାନ୍ୟୁଫାକଚରିଂ ହବ୍‌ ଭାବେ ପ୍ରତିଷ୍ଠିତ ହେବା ଲାଗି ଭାରତର କ୍ଷମତା ରହିଛି। ଦେଶରେ ସେମି କଣ୍ଡକ୍ଟର ପ୍ରସ୍ତୁତ କରାଗଲେ ଏହାର ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

Share