Posted inଖେଳ

ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୁକେଶ ମହାନନ୍ଦ କେଭିଏସ୍‌ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ତିନୋଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଜିଲା ତଥା ସ୍କୁଲ ପାଇଁ ଗୌରବ ଆଣିଛନ୍ତି।

କେରଳର ଥିରୁଅନନ୍ତପୁରମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଦୌଡ଼ରେ ସ୍ବର୍ଣ୍ଣ ପଦକ ଓ ଉଚ୍ଚଡିଆଁରେ ରୌପ୍ୟ ପଦକ ପାଇଥିଲେ। ଏହାସହ ତାଙ୍କୁ ୩୩ ହଜାର ଟଙ୍କା ଦିଆଯାଇ ପୁରସ୍କୃତ କରାଯାଇଥିଲା। ଏହି ସଫଳତା ପରେ ଆସନ୍ତା ଡିସେମ୍ବର ୨ରୁ ୫ ରାଞ୍ଚିରେ (୧୪ବର୍ଷରୁ କମ୍‌ ବର୍ଗ) ହେବାକୁ ଥିବା ସ୍କୁଲ ଗେମ୍ସ ଫେଡେରେଶନ ଅଫ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଟୁର୍ନାମେଣ୍ଟ ପାଇଁ ମୁକେଶ ଚୟନ ହୋଇଛନ୍ତି।

କ୍ରୀଡ଼ା ଶିକ୍ଷକ ସୌରଭ ସାର୍କିଙ୍କ ମାର୍ଗଦର୍ଶନରେ ମୁକେଶ ଜାତୀୟ ସ୍ତରୀୟ ସଫଳତା ପାଇଛନ୍ତି। ସ୍ଥାନୀୟ ସ୍କୁଲ ଅଧ୍ୟକ୍ଷ ଭୀମସେନ ପଣ୍ଡା ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କରିଛନ୍ତି। ଏହି ସଫଳତା ପରେ ସ୍କୁଲରେ ମୁକେଶଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ...

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ...

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri