Categories: ଜାତୀୟ

ଜେଲରେ ଜୀବନ ପ୍ରତି ବିପଦ ଥିବା କହିଲେ ମୁଖତାର ଅଂସାରୀ

ଲକ୍ଷ୍ନୌ,୧୭ ।୮: ଜେଲରେ ବନ୍ଦଥିବା ବହୁଜନ ସମାଜ ପାର୍ଟି(ବିଏସ୍‌ପି) ବିଧାୟକ ମୁଖତାର ଅଂସାରୀ କୋର୍ଟଙ୍କୁ କହିଛନ୍ତି କି ଜେଲ ଭିତରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଜେଲରେ ତାଙ୍କୁ ହତ୍ୟା କରିବା ଲାଗି ୫ କୋଟି ଟଙ୍କା ଠିକା ଦିଆଯାଇଥିବା ସେ କହିଛନ୍ତି । ତାଙ୍କ ଓକିଲଙ୍କ ଅନୁଯାୟୀ, ଅଂସାରୀ କହିଛନ୍ତି କି ଅନଧିକୃତ ବ୍ୟକ୍ତିମାନେ ରେଜିଷ୍ଟରରେ ଏଣ୍ଟ୍ରି ନ କରି ଜେଲ ଭିତରକୁ ପ୍ରବେଶ କରିଛନ୍ତି । ତେଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ସୂଚନାଯୋଗ୍ୟ, ଅଂସାରୀଙ୍କୁ ଜାଲିଆତି ଓ ଠକେଇ ମାମଲାରେ ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ରଖାଯାଇଛି । ଉତ୍ତର ପ୍ରଦେଶର ଏମ୍‌ପି ଓ ବିଧାୟକଙ୍କ ସହ ଜଡିତ ସ୍ପେଶାଲ କୋର୍ଟରେ ଅଂସାରୀଙ୍କୁ ସୋମବାର ଭର୍ଚୁଆଲ ଭାବେ ହାଜର କରାଯାଇଥିଲା । ଅଂସାରୀଙ୍କ ଓକିଲ ରଣଧିର ସିଂ ସୁମନଙ୍କ ଅନୁସାରେ ଅଂସାରୀ କହିଛନ୍ତି ତାଙ୍କୁ ହତ୍ୟା କରିବାକୁ ୫ କୋଟି ଟଙ୍କା ଠିକା ଦିଆଯାଇଛି । ଏହାସହ ସେ ଆହୁରି ଅଭିଯୋଗ କରିଛନ୍ତି କି ଅନଧିକୃତ ବ୍ୟକ୍ତିମାନେ ବିନା ରେଜିଷ୍ଟ୍ରେଶନରେ ଜେଲ ମଧ୍ୟକୁ ପ୍ରବେଶ କରିଛନ୍ତି । ଆଉ ସେହି ସମୟରେ ସିସିଟିଭି କ୍ୟାମେରାର ଡିରେକ୍‌ଶନ ବଦଳାଇ ଦିଆଯାଇଛି ।

Share