ନୂଆଦିଲ୍ଲୀ,୨୬।୧୦: ମାଫିଆ ଏବଂ ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ସମସ୍ୟା କମିବାର ନାଁ ଧରୁନାହିଁ।
ଗୁରୁବାର ଅନସାରୀଙ୍କୁ ଏକ କୋର୍ଟ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଅନସାରୀଙ୍କ ଉପରେ ଏପର୍ଯ୍ୟନ୍ତ ଦଣ୍ଡାଦେଶ ଘୋଷଣା କରାଯାଇ ନାହିଁ। ସୂଚନାନୁସାରେ, ଅନସାରୀଙ୍କ ଏହି ଦଣ୍ଡାଦେଶ ଉପରେ ଶୁକ୍ରବାର ଘୋଷଣା କରାଯିବ।
୨୦୦୯ ମାମଲାରେ ମୁଖତାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହତ୍ୟା ଏବଂ ହତ୍ୟା ଉଦ୍ୟମକୁ ନେଇ ମୁଖତାରଙ୍କ ବିରୋଧରେ ପଞ୍ଜିକୃତ ହୋଇଥିଲା। ମୀର ହାସନ ହତ୍ୟା ଉଦ୍ୟମ ମାମଲା ଦାୟର କରିଥିଲେ। ୨୦୧୦ରେ, ଉଭୟ ମାମଲାକୁ ମିଶାଇ ଏକ ଗ୍ୟାଙ୍ଗଚାର୍ଟ ପ୍ରସ୍ତୁତ କରାଯାଇଥିଲା। ଗାଜୀପୁରସ୍ଥିତ କରଣ୍ଡା ପୋଲିସ ଷ୍ଟେଶନରେ ମୁଖତାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।