Categories: ଜାତୀୟ

ମୁଖତାର ଅନସାରୀଙ୍କ ପୁଅଙ୍କ ଆଦେଦନ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୬।୬: ମୁଖତାର ଅନସାରୀଙ୍କ ପୁଅ ଅବ୍ବାସ ଅନସାରୀଙ୍କ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅବ୍ବାସ ତାଙ୍କ ବିରୋଧରେ ହୋଇଥିବା ଜମି ଅକ୍ତିୟାର ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଥିଲେ। ଏହା ପୂର୍ବରୁ ଆଲ୍ଲାହାବାଦ ହାଇକୋର୍ଟ ଏହାକୁ ମନା କରି ଦେଇଥିଲେ।
ଲକ୍ଷ୍ନୌର ଜିୟାମଉରେ ଜମି ଅବୈଧ ଭାବେ ଅକ୍ତିଆର ସହ ଜଡିତ ମାମଲାରେ ମୁଖତାରଙ୍କ ଦ୍ୱାତୀୟ ପୁଅ ଉମର ଅନସାରୀଙ୍କୁ ଆଗୁଆ ଜାମିନ ଦେବାକୁ ୧୯ ମେରେ ସୁପ୍ରିମକୋର୍ଟ ମନା କରି ଦେଇଥିଲେ।

Share