ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଲାଙ୍କ ପାର୍କ ହୋଇଥିଲେ ପିଲାମାନେ ଖେଳି ମଜା ନିଅନ୍ତେ। ବଡ଼ମାନେ ଘେରାଏ ବୁଲି ଆସିବାକୁ ମନ କରନ୍ତେ। ମୁକ୍ତାକାଶ ବ୍ୟୟାମଶାଳା ହୋଇଥିଲେ ସମସ୍ତଙ୍କ ଉପଯୋଗୀ ହୋଇଥାନ୍ତା। ହେଲେ ବିଡ଼ମ୍ବନାର ବିଷୟ ଭବାନୀପାଟଣା ଭଳି ବିକଶିତ ସହରରେ ପୌରପାଳିକା ବିଭିନ୍ନ ରାସ୍ତା କଡ଼ରେ ନିର୍ମାଣ କରିଥିବା ଏହି ବ୍ୟାୟାମଶାଳା ଉପକରଣ କେବଳ ଧୁଳିମଳିରେ ନଷ୍ଟ ହେବାକୁ ବସିଛି।

ସହରାଞ୍ଚଳ ଗରିବଙ୍କ ଜୀବନଧାରଣ ମାନରେ ଉନ୍ନତି ହେବ। ତା’ ସହିତ ସହରରେ ଭିତ୍ତିଭୂମି ପ୍ରତିଷ୍ଠା ହେବ। ଦୀର୍ଘଦିନର ମାନସ ମନ୍ଥନ ପରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)। ପ୍ରଥମେ ଏହି ଅଭିଯାନ ଅଧୀନରେ କେବଳ ବର୍ଷାଜଳ ଅମଳ ପ୍ରକଳ୍ପ ତିଆରି କରିବା ପାଇଁ ଯୋଜନା ହୋଇଥିବା ବେଳେ ଏବେ ବିଭିନ୍ନ ପ୍ରକଳ୍ପ ଯୋଗ କରାଯାଇଛି। ଭବାନୀପାଟଣା ସହରରେ ୨୦୨୧-୨୨ରେ ମୁକ୍ତା ଯୋଜନାରେ ଏଯାବତ୍‌ ପାଖାପାଖି ୧୩.୩କୋଟି ଖର୍ଚ୍ଚ ସରିଲାଣି। ଆହୁରି ଖର୍ଚ୍ଚ ହେବାକୁ ଯୋଜନା ପ୍ରସ୍ତୁତ ହୋଇଗଲାଣି। ଗତ ଫେବୃଆରୀରେ ୯.୩୩କୋଟି ଖର୍ଚ୍ଚରେ ୧୧୫ଟି କାର୍ଯ୍ୟାଦେଶ ହୋଇଛି। ହେଲେ ଯେଉଁ ପ୍ରକଳ୍ପ ପୂର୍ବରୁ ନିର୍ମାଣ ହୋଇଥିଲା ସେଥିରୁ ଅଧିକାଂଶ ନଷ୍ଟ ହୋଇଗଲାଣି। ଅଧିକାଂଶ ବର୍ଷା ଜଳ ଅମଳ ପ୍ରକଳ୍ପ ମାଟିରେ ମିଶି ଯାଇଥିବା ବେଳେ ଫୁଟ୍‌ପାଥ୍‌ରେ ପଡ଼ିଥିବା ପେଭର୍‌ ବ୍ଲକ୍‌ ଉଠିଗଲାଣି। ଆଉ କେଉଁଠି ମୁକ୍ତାକାଶ ବ୍ୟାୟାମଶାଳାକୁ ଉପାଡ଼ି ନେଲେଣି। ଅନେକ ସ୍ଥାନରେ ପଡ଼ି ପଡ଼ି ଉପକରଣ ସବୁ ନଷ୍ଟ ହେଉଛି। ଏହି ଅଭିଯାନରେ ନିର୍ଦ୍ଧାରିତ ପ୍ରକଳ୍ପ ପ୍ରସ୍ତୁତ କରି ଧାର୍ଯ୍ୟ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ସରକାର ପୌରସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ଧାର୍ଯ୍ୟ ସମୟ ଭିତରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ଯାଇ ପୌରପାଳିକା ମନଇଚ୍ଛା ପ୍ରକଳ୍ପ ନିର୍ମାଣ କରିଛି। ଯେଉଁଥିପାଇଁ ଏହି ପ୍ରକଳ୍ପଗୁଡ଼ିକ ନଷ୍ଟ ହୋଇଯାଇଛି। କେବଳ ବର୍ଷା ଜଳ ଅମଳ ପ୍ରକଳ୍ପ ନୁହେଁ, ବରଂ ଏହା ପରେ ଏହି ଅଭିଯାନରେ ସାମିଲ ହୋଇଥିବା ମୁକ୍ତାକାଶ ବ୍ୟାୟାମଶାଳା, ପୋଖରୀ ପୁନରୁଦ୍ଧାର, ପାର୍କ ନିର୍ମାଣରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପାନୀୟଜଳ, ରାସ୍ତାଘାଟ, ପରିମଳ, ଆଲୋକ ଭଳି ମୌଳିକ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେ ସବୁର ତଦାରଖ କରାଯାଉ ନ ଥିବାରୁ ସହରବାସୀ ହଟହଟା ହେଉଥିବା ଅଭିଯୋଗ କରୁଛନ୍ତି। ସହର ମୁଖ୍ୟ ରାସ୍ତାକଡ଼ରେ ଲାଇଟ୍‌, ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ସେଥିରୁ ଅନେକ ଅଚଳ। ଅସାମାଜିକ ବ୍ୟକ୍ତିଙ୍କୁ ଏହା ବେଶ ସୁହାଉଛି ବୋଲି କୁହାଯାଉଛି। ତେବେ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଜନ ପ୍ରତିନିଧିଙ୍କୁ ଭୋଗିବାକୁ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସଂଯୁକ୍ତ ବେହେରାଙ୍କୁ ପଚାରିବାରୁ ଯାହାକିଛି ସମସ୍ୟା ରହିଛି ତାହା ନିର୍ବାଚନ ଆଚରଣ ବିଧି ହଟିଲା ପରେ ସମାଧାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri